୧୯ରେ ସୃଷ୍ଟି ହୋଇପାରେ ଲଘୁଚାପ : କାଲିଠୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଚେତବାନୀ; ୟେଲୋ ୱାର୍ଣ୍ଣିଂ ଜାରି

238

କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁଁ ବଡ଼ ବନ୍ୟା ହେବା ଆଶଙ୍କା ଥିବା ବେଳେ ଚିନ୍ତା ବଢ଼ାଇଛି ଆଉ ଏକ ଲଘୁଚାପ । ଏନେଇ ପାଣିପାଗ ବିଭାଗର ପୂର୍ବାନୁମାନ କରିଛି । ବର୍ଷାର ପ୍ରକୋପ କମିଥିବା ବେଳେ ଆସନ୍ତାକାଲି ମଧ୍ୟାହ୍ନଠୁ ବର୍ଷା ପୁଣି ଆରମ୍ଭ ହେବ । କାରଣ ୧୯ ତାରିଖ ବେଳକୁ ଆଉ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ୧୮ ଓ ୧୯ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।