୧୨୪ଜଣ ବିଦେଶ ଫେରନ୍ତାଙ୍କ ନିକଟରେ ଦେଖାଗଲା ୧୧ ପ୍ରକାର କରୋନା ଭୂତାଣୁ । ଡିସେମ୍ବର ୨୪ରୁ ଜାନୁଆରୀ ୨ ତାରିଖ ଭିତରେ ଭାରତ ଆସିଛନ୍ତି ୧୯ହଜାର ୨୭୭ଜଣ ଯାତ୍ରୀ

129

କନକ ବ୍ୟୁରୋ : ଦେଶରେ କ୍ରମଶ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ୨୪ଘଂଟା ଭିତରେ ଦେଶରୁ ୧୮୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସବୁଠୁ ଅଧିକ ଚିନ୍ତା ବଢାଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ନୂଆ ରିପୋର୍ଟ । ରିପୋର୍ଟରେ କୁହାଯାଇଛି ଯେ ଡିସେମ୍ବର ୨୪ରୁ ଜାନୁଆରୀ ୩ ତାରିଖ ସୁଦ୍ଧା ଦେଶକୁ ୧୯ହଜାର ୨୭୭ଜଣ ଯାତ୍ରୀ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ୧୨୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏମାନେ ୧୧ ପ୍ରକାର କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ସୂଚନା ରହିଛି । ୧୪ଜଣଙ୍କ ନିକଟରେ ଓମିକ୍ରନ ଏକ୍ସବିବି ଭ୍ୟାରିଆଂଟ ମିଳିଛି । ଏହି ଭୃାରିଆଂଟ ୧୦୫ଗୁଣା ଦ୍ରୁତ ଗତିରେ ବ୍ୟାପୁଛି । ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରାଳୟ ସର୍ତକ କରି କହିଛି ଯେ ଜାନୁଆରୀ ମାସ ଦେଶ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ସମୟ । ୪୫ଦିନ ପର୍ଯ୍ୟନ୍ତ ସମସ୍ତଙ୍କୁ ସର୍ତକ ରହିବାକୁ ପଡିବ ।