ପେଟ୍ରୋଲ, କୋଇଲା ପରିବେର୍ତ ଗ୍ରୀନ୍ ହାଇଡ୍ରୋଜେନ ମିଶନ ଉପରେ ଗୁୂରୁତ୍ୱ ଦେଇଛି ଭାରତ । ପରିବେଶ ପ୍ରଦୂଷଣ ରୋକିବା ସହ ହୋଇପାରିବ ବିକାଶ

102

କନକ ବ୍ୟୁରୋ : ପେଟ୍ରୋଲ, କୋଇଲା ପରିବେର୍ତ ଗ୍ରୀନ୍ ହାଇଡ୍ରୋଜେନ ମିଶନ ଉପରେ ଗୁୂରୁତ୍ୱ ଦେଇଛି ଭାରତ । ପରିବେଶ ପ୍ରଦୂଷଣ ରୋକିବା ସହ କିପରି ବିକାଶ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦୀ ସରକାର । ଗ୍ରୀନ ହାଇଡ୍ରୋଜେନ ମିଶନ ପାଇଁ ୧୯ ହଜାର ୭ ଶହ ୭୪ କୋଟି ଟଙ୍କାର ବ୍ୟୟ ଅଟକଳକୁ ମଞ୍ଜୁରୀ ପ୍ରଦାନ କରିଛି କେନ୍ଦ୍ର କ୍ୟାବିନେଟ୍ । ଏଥିପାଇଁ ୧୭ ହଜାର ୪ କକ୍ଟ ୯୦ କୋଟି ଟଙ୍କା ମଞ୍ଜରୀ କରାଯାଇଛି । ବାକି ୧୪ ଶହ ୬୬ କୋଟି ଟଙ୍କା ପାଇଲଟ ପ୍ରୋଜେକ୍ଟ ପାଇଁ ଦିଆଯିବ ବୋଲି ଆଇଟି ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି    ।

ଏହି ପ୍ରକଳ୍ପରେ ପିଏଲଆଇ ସ୍କିମ ଜରିଆରେ ଇଲୋକ୍ଟ୍ରୋଲାଇଜର୍ସ ବେସ ଏବଂ ଅନ୍ୟ ହାଇଡ୍ରୋଜେନ ସାମଗ୍ରୀ ଉତ୍ପାଦନ କରାଯିବ । ଏହି ମିଶନ ଜରିଆରେ ୨୦୩୦ ସୁଦ୍ଧା ୫୦ ଲକ୍ଷ ଟନର ଗ୍ରୀନ୍ ହ୍ରାଇଡ୍ରୋଜେନ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏବେ ଭାରତରେ ବାର୍ଷିକ ୬ ମିଲିୟନ ଟନ୍ର ହାଇଡ୍ରୋଜେନର ଆବଶ୍ୟକତା ରହିଛି । ଶିଳ୍ପ, ସାର ଏବଂ ବିଶୋଦ୍ଧନକାରୀ ସେକ୍ଟରରେ ଏହାର ବିନିଯୋଗ କରାଯାଉଥିବା ବେଳେ ୨୦୫୦ ସୁଦ୍ଧା ଏହାର ଚାହିଦା ୨୮ ମ୍ୟାଟ୍ରିକ୍ ଟନ୍ ଛୁଇଁବ ବୋଲି ଆକଳନ କରାଯାଇଛି ।