କୋହଲୀ – କୁମ୍ବଲେ ବିବାଦ ! ସାମ୍ନାକୁ ଆସିଲା ଚାମ୍ପିୟନ୍ସ ଟ୍ରଫି ଫାଇନାଲ୍ ମ୍ୟାଚର ଚାଂଚଲ୍ୟକର ସତ. . . ଯାହାର ଫଳ ଭୋଗିଲା ଭାରତ
ଭାରତୀୟ କ୍ରିିକେଟ୍ ଟିମ୍ ଆଗାମୀ ମ୍ୟାଚ୍ ପାଇଁ ୱେଷ୍ଟଇଣ୍ଡଜରେ ପହଂଚି ସାରିଲାଣି । କିନ୍ତୁ କୋଚ୍ ଏବଂ କ୍ୟାପଟେନଙ୍କ ମଧ୍ୟରେ ହୋଇଥିବା ବିବାଦ ଏପର୍ଯ୍ୟନ୍ତ ଗଣମାଧ୍ୟମର ମୁଖ୍ୟଖବର ହୋଇ ରହିଛି । କୋଚ୍ ଅନୀଲ୍ କୁମ୍ବଲେ ଇସ୍ତଫା ଦେବା ପରେ ଭାରତୀୟ ଟିମରେ ଯେମିତି ଭୁମିକମ୍ପ ଆରମ୍ଭ ହୋଇ ଯାଇଛି । ତେବେ ଏହା ଭିତରେ ଆଉ ଏକ ଚାଂଚଲ୍ୟକର ଖୁଲାସା ହୋଇଛି । ସୂଚନା ଅନୁସାରେ, ଚାମ୍ପିୟନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଟିମ୍ ମିଟିଙ୍ଗରେ ନିଷ୍ପତି ହୋଇଥିଲା । କିନ୍ତୁ କ୍ୟାପଟେନ୍ ବିରାଟ୍ କୋହଲୀ ମୈଦାନରେ ପହଂଚି ଠିକ୍ ଓଲଟା ନିଷ୍ପତି ନେଇ ଫିଲ୍ଡିଂ କରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଟସ୍ ଜିତିବା ପରେ ଯେତେବେଳେ କୋହଲୀ ଡ୍ରେସିଙ୍ଗ୍ ରୁମକୁ ଆସିଥିଲେ ସେତେବେଳେ ଏନେଇ କୁମ୍ବେଲେ ତାଙ୍କୁ ପ୍ରଶ୍ନ ପଚାରିଥିଲେ । କିନ୍ତୁ କୋହଲୀ କିିଛି କହି ନଥିଲେ । ଯାହା ଫଳରେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ହିଁ ଟିମର ମାହୋଲ୍ ବିଗିଡି ଯାଇଥିଲା । ଯାହାର ପରିଣାମ ସ୍ୱରୁପ ପାକିସ୍ତାନ୍ ଠାରୁ ଭାରତ ୧୮୦ ରନରେ ଶୋଚନୀୟ ପରାସ୍ତ ହୋଇଥିଲା ।
କଣ ଥିଲା ଟିମ୍ ମ୍ୟାନେଜମେଂଟର ନିଷ୍ପତି :
ଲିଗ୍ ମ୍ୟାଚରେ ଯେତେବେଳେ ଭାରତ ଏବଂ ପାକିସ୍ତାନ୍ ମଧ୍ୟରେ ମ୍ୟାଚ୍ ହୋଇଥିଲା ସେତେବେଳେ ଭାରତ ୩୧୯ ରନ୍ କରିଥିଲା । ଆଉ ପାକିସ୍ତାନୀ ଟିମ୍ ଏତେ ବଡ ବିଶାଳ ସ୍କୋର୍ ଯୋଗୁଁ ଚାପରେ ଆସି ହାରି ଯାଇଥିଲା । ଏହାକୁ ଆଖି ଆଗରେ ରଖି ଟିମ୍ ମ୍ୟାନେଜମେଂଟ୍ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ହେଲେ ଠିକ୍ ସମମୟରେ ବିରାଟଙ୍କ ଫଇସଲାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
୬ ମାସ ହେବ କୋହଲୀ ଏବଂ କୁମ୍ବଲେଙ୍କ ମଧ୍ୟରେ କଥା ନାହିଁ :
ଏହା ଭିତରେ ଆଉ ଏକ ଚାଂଚଲ୍ୟକର ଖବର ଆସିଛି ସାମ୍ନାକୁ । କୁମ୍ବଲେ ଏବଂ କୋହଲୀଙ୍କ ମଧ୍ୟରେ ବିବାଦ ଏତେ ଗଭୀର ଥିଲା ଯେ ଉଭୟ ପୁରା ୬ ମାସ ହେବ ପରସ୍ପର ସହ କଥା ହୋଇ ନାହାଁନ୍ତି । ବିସିସିଆଇ ଏହି ବିବାଦକୁ ସମାଧାନ କରିବାକୁ ଅନେକ ଥର ଚେଷ୍ଟା କରି ମଧ୍ୟ ବିଫଳ ହୋଇଛି ।
କୋହଲୀଙ୍କ ବିସିସିଆଇର ଚେତାବନୀ :
ସେପଟେ କୁମ୍ବଲେଙ୍କ ଇସ୍ତଫା ପରେ କୋହଲୀଙ୍କୁ ଚେତାବନୀ ଦେଇଛି ବିସିସିଆଇ । କହିଛି , କେବଳ କ୍ୟାପଟେନ୍ସି ଉପରେ ଧ୍ୟାନ ଦିଅ ।