ସିଙ୍ଗର ହନି ସିଂହଙ୍କ ହେଲା ଛାଡପତ୍ର । ଭରଣପୋଷଣ ବାବଦକୁ ପତ୍ନୀଙ୍କୁ ଦେବାକୁ ପଡିବ କେତେ କୋଟି?

780

କନକ ବ୍ୟୁରୋ: ରୈପର ହନି ସିଂହ ଓ ପତ୍ନୀ ଶାଲିନୀ ତଲୱାରଙ୍କ ମଧ୍ୟରେ ଛାଡପତ୍ର ହୋଇଛି । କୋର୍ଟରେ ୟୋ ୟୋ ହନି ସିଂ ଓ ଶାଲିନୀଙ୍କ ମଧ୍ୟରେ ଉଭୟ ପକ୍ଷରୁ ଅଭିଯୋଗର ଶୁଣାଣି ପରେ ମାମଲା ଛାଡପତ୍ରରେ ଶେଷ ହୋଇଛି । ଏହାପରେ ହନି ସିଂହ ଶାଲିନୀଙ୍କୁ ୧ କୋଟିର ଭରଣପୋଷଣ ଦେବାକୁ ଧାର୍ଯ୍ୟ ହୋଇଛି ।

ଏହି ମାମଲାର ପରବର୍ତ୍ତୀ ତଥା ଅନ୍ତିମ ଶୁଣାଣି ୨୦୨୩ ମାର୍ଚ୍ଚ ୨୦ ତାରିଖରେ ହେବାକୁ କୋର୍ଟ କହିଛନ୍ତି । ଏଥିରେ ପତ୍ନୀ ସାଲିନୀଙ୍କ ଅନ୍ୟ ପ୍ରସ୍ତାବ ଗୁଡିକ ଉପରେ ବିଚାର ହେବ ବୋଲି ଜଣାପଡିଛି ।

ସୂଚନା ମୁତାବକ, ୨୦୨୧ରେ ହନି ସିଂହଙ୍କ ଉପରେ ଘରୋଇ ହିଂସାର ଅଭିଯୋଗ ଆସିଥିଲେ ଶାଲିନୀ । ହନି ସିଂହ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ମଧ୍ୟ ଦେଇଥିବା ଅଭିଯୋଗ କରିଥିଲେ ଶାଲିନୀ । ସେ ସମୟରେ ଏହି ଅଭିଯୋଗକୁ ଖଣ୍ଡନ କରିବାକୁ ଚେଷ୍ଟା କରିଥିଲେ ହନି ସିଂ । ଦୁଇ ଜଣଙ୍କ ମଧ୍ୟରେ ଗତ ୨୦ ବର୍ଷ ଧରି ଭଲ ସମ୍ପର୍କ ଥିବାବେଳେ ପର ସମୟରେ ଏଥିରେ ତିକ୍ତତା ସୃଷ୍ଟି ହୋଇଥିଲା । ଏବେ ଏହା ଛାଡପତ୍ରରେ ଶେଷ ହୋଇଛି ।