ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିବାରୁ ଇଲେକ୍ଟ୍ରିକ୍ ସ୍କୁଟରର କଟିଲା ଚାଲାଣ । ବିଦ୍ୟୁତ ଚାଳିତ ଗାଡିର ପଲ୍ୟୁସନ୍ ସାର୍ଟିଫିକେଟ୍ କେଉଁଠୁ ଆସିଲା ବୋଲି ଉଠିଲା ପ୍ରଶ୍ନ 

1,697

କନକ ବ୍ୟୁରୋ : ଆଗରେ ଟ୍ରାଫିକ୍ ଚେକିଂ ହେଉଛି, ରାସ୍ତାରେ ଗଲାବେଳେ ଏହି ଗୋଟିଏ କଥା ଶୁଣିବା ପରେ ମନରେ ଛନକା ପସିଯାଇଥାଏ । ହେଲମେଟ୍ ପିନ୍ଧିବାଠୁ ଆରମ୍ଭ କକି ଗାଡି କାଗଜ ପତ୍ର ସାଙ୍ଗରେ ଆଣିଛେ କି ନାହିଁ ତାହା ସାଙ୍ଗେ ସାଙ୍ଗେ ଚେକ୍ କରିଥାଉ । କିନ୍ତୁ ସମସ୍ତେ ଜାଣନ୍ତି ଇଲେକ୍ଟ୍ରିକ୍ ସ୍କୁଟର, ବାଇକ୍ କିମ୍ବା କାର ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଉପରେ ଖୁବ୍ କମ୍ ଟ୍ରାଫିକ୍ ନିୟନ ଲାଗୁ ହୋଇଥାଏ । ଯେପରିକି ଇଲେକ୍ଟ୍ରିକ୍ ଗାଡି ବ୍ୟବହାର କରୁଥିବା ବ୍ୟକ୍ତିଙ୍କର ଗାଡି ପଲ୍ୟୁସନ୍ ସାର୍ଟିଫିକେଟ୍ କିଛି ଦରକାର ପଡିନଥାଏ । କିନ୍ତୁ ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଟ୍ରାଫିକ୍ ନିୟମ ଉପରେ ପ୍ରଶ୍ନ ସୃଷ୍ଟି କରିଛି ।

ଏକ ଇଲେକ୍ଟ୍ରିକ୍ ସ୍କୁଟର ଚାଳକଙ୍କ ନିକଟରେ ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିବାରୁ ତାଙ୍କର ଚାଲାଣ କାଟିଛି ଟ୍ରାଫିକ୍ ପୋଲିସ । ଚାଳକଙ୍କ ନିକଟରେ ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିବାରୁ ତାଙ୍କୁ ୨୫୦ଟଙ୍କା ତଣ୍ଡ ଗଣିବାକୁ ପଡିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଟ୍ରାଫିକ୍ ପୋଲିସଙ୍କୁ ଟ୍ରୋଲ କରାଯାଉଛି । ତେବେ ଏନେଇ ଟ୍ରାଫିକ୍ ପୋଲିସ ଅଧିକାରୀ କହିଛନ୍ତି, ଚାଳକଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନଥିଲା । ଚାଲାଣ କାଟିବା ବେଳେ ମେସିନରେ ଭୁଲ ଅପସନ୍ ଚୟନ ହୋଇଯିବା କାରଣରୁ ପଲ୍ୟୁସନ୍ ପାଇଁ ଚାଲାଣ କଟିଯାଇଛି । ତେବେ ଏଠାରେ କହି ରଖୁଛୁ କି, ଏହି ଘଟଣା କେରଳରୁ ସାମ୍ନାକୁ ଆସିଛି । କେରଳ ଟ୍ରାଫିକ୍ ପୋଲିସ୍ ଏହି ଚାଲାଣ କାଟିଥିବା ସୂଚନା ରହିଛି