ଲଘୁଚାପ ଯୋଗୁଁ ଲଗାଣ ବର୍ଷା : ମୋହନାରେ ଭାସିଗଲା ଅସ୍ଥାୟୀ ପୋଲ

86

କନକ ବ୍ୟୁରୋ : ଲଘୁଚାପ ଯୋଗୁ ଲଗାଣ ବର୍ଷା । ଆଉ ଲଗାଣ ବର୍ଷାରେ ଭାସିଗଲା ଅସ୍ଥାୟୀ ପୋଲ । ବର୍ଷାରେ ୪ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ବର୍ଷା ଜାରି ରହିବାରୁ ହରଭଙ୍ଗୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହାଫଳରେ ଏହି ପୋଲ ଧୋଇଯାଇଛି । ତା ସହିତ ମୋହନାଠାରୁ ସଂଲଗ୍ନ ବଢେଇପୁର, ଗୁଣ୍ଡିରିଗୁଡା , ନୂଆସାହି ଓ ଧନୁପଙ୍କ ଗାଁକୁ ଯୋଗଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇପଡ଼ିଛି ।