ରାଜ୍ୟସଭାକୁ ମନୋନୀତ ହେଲେ ଲେଖକ ସୁଧା ମୂର୍ତି: ସୁଧାଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

146

କନକ ବ୍ୟୁରୋ: ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ଇନଫୋସିସ ଫାଉଣ୍ଡେସନ ପ୍ରତିଷ୍ଠାତା ନାରାୟଣ ମୂର୍ତିଙ୍କ ପତ୍ନି ତଥା ଲେଖକ ସୁଧା ମୂର୍ତି । ସୁଧା ମୂର୍ତିଙ୍କୁ ରାଜ୍ୟସଭାକୁ ମନୋନିତ କରିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଧନ୍ୟବାନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଖୁସି ପ୍ରକାଶ କରିବା ସହ ମୋଦୀ କହିଛନ୍ତି ସୁଧାଙ୍କ ପରୋପକାର, ସାମାଜିକ କାର୍ଯ୍ୟ, ଶିକ୍ଷା ସମେତ ବିିଭନ୍ନ କ୍ଷେତ୍ରରେ ତାଙ୍କ ଅବଦାନକୁ ପ୍ରଂଶଦା କରିବା ସହ ଏହା ପ୍ରେରଣାଦାୟୀ । ମହିଳାଙ୍କ ଶକ୍ତି ସାମର୍ଥ୍ୟର ସେ ଊଦାହରଣ ଅଟନ୍ତି । ଇନୋଫେ।।ସିସର ଚେୟାରମ୍ୟାନ ନାରାୟଣ ମୂର୍ତିଙ୍କ ପତ୍ନୀ ହେଉଛନ୍ତି ସୁଧା ।େ ପଶାରେ ଜଣେ ଲେଖିକା, ଶିକ୍ଷୟତ୍ରୀ, ସମାଜସେବୀ । ୭୩ବର୍ଷୀୟ ସୁଧା ମୂର୍ତି ଇନୋଫୋସିସ ପାଉଣ୍ଡେସନର ଅଧ୍ୟକ୍ଷ ଅଛନ୍ତି ।