ଦିଲ୍ଲୀରୁ ଫେରିବା ପରେ ମନମୋହନ ସାମଲଙ୍କ ବଡ ବୟାନ: କହିଲେ, ମେଣ୍ଟ ନେଇ ଆଲୋଚନା ହୋଇନି, ଏକାକୀ ନିର୍ବାଚନ ଲଢିବ ବିଜେପି

618

କନକ ବ୍ୟୁରୋ: ମେଣ୍ଟ ଚର୍ଚ୍ଚାକୁ ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା । କହିଲେ, ଏକାକୀ ବିଧାନସଭା ଓ ଲୋକସଭା ନିର୍ବାଚନ ଲଢିବ ବିଜେପି । ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି । ଓଡିଶାରେ ବିଜେପି ସରକାର ଗଠନ ନେଇ ଚର୍ଚ୍ଚା ହୋଇଛି । ଓଡିଶାରେ ୧୪୭ ଓ ୨୧ ଲୋକସଭା ଆସନରେ ପ୍ରାର୍ଥୀ ଦେବ ବିଜେପି । ଉଭୟ ବିଧାନସଭା ଓ ଲୋକସଭା ଆସନରେ ଏକାକୀ ଲଢିବ ବିଜେପି । ଦିଲ୍ଲୀରୁ ଫେରିବା ପରେ ବଡ ବୟାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ।