ବରଣମାଳା, ବାହାଘର… ବର୍ଷକ ପୂର୍ବରୁ ଭଗବାନ କୃଷ୍ଣଙ୍କ ସହ ହୋଇଥିଲା ବାହାଘର, ଏବେ ଧୁମଧାମରେ ବିବାହ ବାର୍ଷିକୀ ପାଳିଲେ ପ୍ରିୟା ।

205

କନକ ବ୍ୟୁରୋ: ଧର୍ମନଗରୀ ବୃନ୍ଦାବନ ଏଭଳି ଏକ ସ୍ଥାନ ଯେଉଁଠିକୁ ଯିଏ ବି ଆସିଛି ସିଏ କାହ୍ନା ସହ କିଛି ନା କିଛି ସମ୍ପର୍କ ଯୋଡି ଫେରିଛି । କେହି ତାଙ୍କୁ ନିଜ ଭାଇ ତ କେହି ତାଙ୍କୁ ନିଜର ପୁଅ ମାନିଛି । କିନ୍ତୁ ଫରିଦାବାଦର ଝିଅ ପ୍ରିୟା କିନ୍ତୁ ତାଙ୍କୁ ନିଜର ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି । ବର୍ଷକ ପୂର୍ବରୁ ଭଗବାନ୍ କୃଷ୍ଣଙ୍କୁ ବିବାହ କରିବା ପରେ ଏବେ ନିଜର ବିବାହ ବାର୍ଷିକୀକୁ ଧୁମଧାମରେ ପାଳନ କରିଛନ୍ତି । ୨

୨୦୨୨ ନଭେମ୍ବର ୨୨ରେ ପ୍ରିୟା ବୃନ୍ଦବନ ବୁଲିବାକୁ ଆସିଥିଲେ । ଏଠାରେ ଭଗବାନ କୃଷ୍ଣଙ୍କ ପ୍ରତି ନିଜକୁ ସମର୍ପଣ କରିଦେବା ସହ ତାଙ୍କୁ ରୀତିନୀତି ସହ ବିବାହ କରିଥିଲେ । ଏବେ ପୁଣି ବୃନ୍ଦାବନ ଆସି ଏଠାରେ ସମ୍ପର୍କୀୟଙ୍କ ଗହଣରେ ବିବାହ ବାର୍ଷିକୀ ପାଳିଛନ୍ତି ପ୍ରିୟା ।ଏଥିପାଇଁ ପ୍ରଥମେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିକୁ ପେଣ୍ଡାଲ ଉପରେ ସଜ୍ଜିତ କରି ରଖାଯାଇଥିଲା । ସମସ୍ତଙ୍କ ଗହଣରେ ପ୍ରିୟା ବଧୂ ବେଶରେ ଆସି ପହଞ୍ଚି ଭଗବାନଙ୍କୁ ପ୍ରଣାମ କରିବା ସହ ତାଙ୍କୁ ବରଣମାଳା ପିନ୍ଧାଇଥିଲେ ଏବଂ ଦ୍ୱିତୀୟ ମାଳାଟି ଶ୍ରୀକୃଷ୍ଣଙ୍କୁ ଛୁଆଁଇ ନିଜେ ପିନ୍ଧିଥିଲେ । ଏହି ଅବସରରେ ଭଗବାନ ତାଙ୍କୁ ଉପହାର ଭାବେ ଏକ ସୁନ୍ଦର ମୁଦି ଦେଇଥିବାବେଳେ ସେ ମଧ୍ୟ ଠାକୁରଙ୍କୁ ଏକ ଭଲ ଉପହାର ଦେଇଥିବା କହିଛନ୍ତି । ଏହି ବିବାହ ବାର୍ଷିକୀ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ସାଧୁ ସମୂହ ମଧ୍ୟ ଉପସ୍ଥିତ ଥିଲେ । ପ୍ରିୟା ସେମାନଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ ।