ଘଟଗାଁ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଆହତଙ୍କ ଉପଯୁକ୍ତ ଚିକିତ୍ସା କରିବାକୁ ନିର୍ଦ୍ଦେଶ ।

657

କନକ ବ୍ୟୁରୋ: ଘଟଗାଁ ଦୁର୍ଘଟଣାରେ ୮ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ମୃତକଙ୍କ ପରିବାରକୁ ୩ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଦୁର୍ଘଟଣାରେ ଆହତଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

 ଆଜି ସକାଳେ ଦିଗପହଣ୍ଡିରୁ ୧୯ଜଣ ଏକ ଟାଭେଲରରେ କେନ୍ଦୁଝର ମା’ ତାରିଣୀଙ୍କୁ ଦର୍ଶନ କରିବାକୁ ଯାଉଥିଲେ । କିନ୍ତୁ ବାଲିଯୋଡି ନିକଟରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ପିଟିଥିଲା ଟାଭେଲର । ଧକ୍କା ଏତେ ଭୀଷଣ ଥିଲା ଯେ, ଘଟଣାସ୍ଥଳରେ ୭ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ହସ୍ପିଟାଲରେ ପ୍ରାଣ ହରାଇଥିଲେ । ଏହାସହ ୯ଜଣ ଗୁରୁତର ଆହତ ହୋଇଥିଲେ ।