ଗୋଟିଏ ଦିନର ବର୍ଷାରେ ବଲାଙ୍ଗିର ବେହାଲ୍। ଉବୁଟୁବୁ ସାରା ସହର, ରାସ୍ତାରେ ଛୁଟିଲା ସୁଅ

ସେପଟେ ପାଟଣାଗଡରେ ବନ୍ୟା ସ୍ଥିତି; ବିଭିନ୍ନ ନଦୀରେ ବଢୁଛି ଜଳସ୍ତର

241

କନକ ବ୍ୟୁରୋ: ଲଗାଣ ବର୍ଷାରେ ବେହାଲ ବଲାଙ୍ଗିର ସହର । ବର୍ଷାରେ ସମ୍ପୂର୍ଣ୍ଣ ବଲାଙ୍ଗିର ସହର ଜଳାର୍ଣ୍ଣବ ହୋଇଛି । ବଲାଙ୍ଗିର ମୁଖ୍ୟ ରାସ୍ତାରେ ବର୍ଷା ପାଣି ସୁଅ ଛୁଟିଛି । ଲଗାତାର ବର୍ଷାରେ ସହରର ତଳିଆ ଅଂଚଳ ସହ ମୁଖ୍ୟ ରାସ୍ତା ଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ସହରର ତେଲିଗୋଟ ପଡା, ମାଲପଡା, କଂସାରିପଡା, ରାଜେନ୍ଦ୍ରପଡା, ଇନ୍ଦ୍ରାନଗର, ଶାସ୍ତ୍ରୀ ନଗର, ସାଗରପଡା ଅଂଚଳ ଜଳବନ୍ଦୀ ହୋଇ ରହିଛି । ସହର ଭିତର ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି । ଏପରିକି ସହରର ସବୁଠାରୁ ଉଚ୍ଚରେ ଥିବା ଘରରେ ପାଣି ପଶିଥିବା ଜଣାପଡିଛି ।

ସେହିପରି ପାଟଣାଗଡରେ ମଧ୍ୟ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ରାମପୁର ନଦୀରେ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି । ତଳିଆ ଅଂଚଳର ଲୋକଙ୍କୁ ପ୍ରଶାସନ ସ୍ଥାନାନ୍ତର କରିଛି । ରାମପୁର ନଦୀରେ ବନ୍ୟା ଜଳ ଆସୁଥିବାରୁ ହରିଶଙ୍କର ପୀଠକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଯୋଗୁମୁଣ୍ଡା ପୋଲ ଉପରେ ୧୦ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି ।