ଅସରାଏ ବର୍ଷାରେ ବେହାଲ ବ୍ରହ୍ମପୁର ସହର: ରାସ୍ତା ଉପରେ ଜମିଲା ଆଣ୍ଠୁଏ ଉଚ୍ଚର ନାଳ ପାଣି

87

କନକ ବ୍ୟୁରୋ: ଅସରାଏ ବର୍ଷାରେ ବେହାଲ ବ୍ରହ୍ମପୁର ସହର । ରାସ୍ତା ଉପରେ ଜମିଲା ଆଣ୍ଠୁଏ ଉଚ୍ଚର ନାଳପାଣି । ବିଜୁଳି ଘଡ଼ଘଡ଼ି ସହ ପ୍ରାୟ ଏକ ଘଂଟା ଧରି ବର୍ଷା ହେବା ପରେ ସହରରେ ଏଭଳି ଜଳବନ୍ଦୀ ସ୍ଥିତି ଦେଖାଦେଇଥିଲା । ବ୍ରହ୍ମପୁରର ପ୍ରମୁଖ ରାସ୍ତା ଆସିକା ରୋଡ଼ ସମେତ ପ୍ରେମ ନଗର ମୁଖ୍ୟ ରାସ୍ତା, ବଡ଼ବଜାର ଲକ୍ଷ୍ମୀ ନୃସିଂହ ସାହି ଅଂଚଳରେ ନାଳ ପାଣି ଭାସିଥିଲା । ଯଦି ଅସରାଏ ବର୍ଷାରେ ସହରର ସ୍ଥିତି ଏପରି ହେଉଛି ତେବେ ଆଗକୁ ମୌସୁମୀ ବର୍ଷା ହେଲେ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ପ୍ରେମ ନଗର ମୁଖ୍ୟ ରାସ୍ତା ଅଧପାନ୍ତରିଆ ହୋଇ ଦୀର୍ଘ ବର୍ଷ ହେଲା ପଡ଼ିରହିଛି । ଲକ୍ଷ୍ମୀ ନୃସିଂହ ସାହିର ମୁଖ୍ୟ ରାସ୍ତାରେ ଥିବା ଘର ପଛପାଖ ନାଳ ସଫା ହେଉନଥିବାରୁ ଆଗକୁ ସମସ୍ୟା ଅଧିକ ବଢିପାରେ । ତେଣୁ ସହରର ଡ଼୍ରେନେଜ ବ୍ୟବସ୍ଥା ସୁଧାରିବାକୁ ସାଧାରଣରେ ଦାବି କରିଛନ୍ତି ଲୋକେ ।