‘ମିଲେଟ ମିଶନ ନାଁରେ ଓଡିଶାରେ ପାଖାପାଖି ୨ହଜାର କୋଟିର ଦୁର୍ନୀତି ହୋଇଛି’: ପ୍ରେସମିଟ୍ କରି ବିଜେଡିକୁ ଟାର୍ଗେଟ କଲା ବିଜେପି ।

626

କନକ ବ୍ୟୁରୋ:  ନିର୍ବାଚନ ଭିତରେ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଦୁଇ ଦଳ ଲଗାତାର ସାମ୍ବାଦିକ ସମ୍ମିଳନୀ କରି ଉଭୟର ଦୋଷଦୁର୍ବଳତା ବଖାଣୁଛନ୍ତି । ଏହି କ୍ରମରେ ଆଜି ବିଜେପି ପୁଣିଥରେ ପ୍ରେସମିଟ କରି  ବିଜେଡି ସରକାରଙ୍କୁ ଟାର୍ଗେଟ କରିଛି ।

 ଦଳ ପକ୍ଷରୁ କୁହାଯାଇଛି, ସାରା ଦେଶରେ ଯେତେବେଳେ ୧୨୩ ଲକ୍ଷ ଟଙ୍କାର ସଫ୍ଟୱେର ଏକ୍ସପୋର୍ଟ ହେଉଛି, ଆମ ରାଜ୍ୟ ବହୁ ପଛରେ । ଏ କ୍ଷେତ୍ରରେ ମହାରାଷ୍ଟ୍ର କରୁଛି ୨.୪ ଲକ୍ଷ କୋଟି ଟଙ୍କାର ସଫ୍ଟୱେର ଏକ୍ସପୋଟ ହେଉଛି, କର୍ଣ୍ଣାଟକ ପାଖାପାଖି ୪ଲକ୍ଷ କୋଟି ଟଙ୍କାର ସଫ୍ଟୱେର ଏକ୍ସପୋର୍ଟ କରୁଛି । କିନ୍ତୁ ଓଡିଶା ମାତ୍ର ୫ହଜାର କୋଟି ଟଙ୍କାର ସଫ୍ଟୱେର ଏକ୍ସପୋର୍ଟ କରୁଛି । ଆମ ରାଜ୍ୟଠାରୁ କେବଳ ବିହାର ଓ ଝାଡଖଣ୍ଡ ଯେଉଁ ରାଜ୍ୟମାନେ ଏଯାଏଁ ସଫ୍ଟୱେର ଇଣ୍ଡଷ୍ଟ୍ରିରେ ପ୍ରବେଶ କରିନାହାଁନ୍ତି ସେହି ରାଜ୍ୟ ଦୁଇଟି ଓଡିଶା ପଛରେ ଅଛନ୍ତି , ବାକି  ସବୁ ରାଜ୍ୟ ଓଡିଶା ଆଗରେ । ତେଣୁ ବିଜେଡି ସରକାର କେତେ ମିଛ ବିକାଶର ଡିଣ୍ଡିମ ପିଟୁଛନ୍ତି ତାହା ଏଥିରୁ ସ୍ପଷ୍ଟ ହେଉଛି ।

 ଏହା ପରେ ଆସୁଛି ରାଜ୍ୟରେ ଚିନି ଉତ୍ପାଦନର କଥା । ଦିନ ଥିଲା ଚିନି ଉତ୍ପାଦନରେ ଭାରତରେ ଓଡିଶାର ସ୍ଥାନ ଥିଲା । କିନ୍ତୁ ଆଜି ଦିନରେ ସୁଗାର ପ୍ରଡକ୍ସନରେ ଦେଶର ୧୫ଟି ରାଜ୍ୟ ମଧ୍ୟରେ ଓଡିଶାର ସ୍ଥାନ ନାହିଁ । ଓଡିଶାଠାରୁ ଛୋଟ ରାଜ୍ୟ ମାନଙ୍କର ସ୍ଥାନ ଅଛି କିନ୍ତୁ ଓଡିଶାର ସ୍ଥାନ ନାହିଁ ।

 ‘ଏହାପରେ ସବୁଠୁ ବଡ କଥା ହେଉଛି ମିଲେଟ୍ ମିଶନ୍ । ଓଡିଶା ସରକାର କହୁଛନ୍ତି ସେ ହିଁ ଦେଶରେ ମିଲେଟ୍ ମିଶନକୁ ପ୍ରୋତ୍ସାହିତ କରିଛନ୍ତି । କିନ୍ତୁ  ସତ କଥା ହେଉଛି , ମିଲେଟ୍ ମିଶନ ନାଁରେ ଓଡିଶାରେ ପାଖାପାଖି ୨ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି । ଓଡିଶା ବର୍ଷକୁ ମାତ୍ର ୪୮ ହଜାର ଟନର ମିଲେଟ୍ ଉତ୍ପାଦନ କରୁଛି’ ।