କେନ୍ଦୁଝର ଚମ୍ପୁଆରେ ଜନସଭାରେ ରାମାୟଣର ରାମଙ୍କ ସହ ନଜର ଆସିଲେ ବେଶଧାରୀ ହନୁମାନ । ବିଜେପି ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍ ।

140

କନକ ବ୍ୟୁରୋ: ଓଡ଼ିଶାରେ ରାମାୟଣର ରାମ । ଲୋକପ୍ରିୟ ଧାରାବାହିକ ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ଥିବା ଅରୁଣ ଗୋଭିଲ ଆଜି କେନ୍ଦୁଝର ଚମ୍ପୁଆରେ ପ୍ରଚାର କରିଛନ୍ତି । ରାମାୟଣର ରାମଙ୍କ ସହ ଜନସଭାରେ ନଜର ଆସିଥିଲେ ବେଶଧାରୀ ହନୁମାନ । ମଞ୍ଚ ଉପରେ ଅରୁଣ ଗୋଭିଲଙ୍କ ପାଖରେ ନଜର ଆସିଥିଲେ ହନୁମାନ । ବିଜେପିର ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇ ଭୋଟ୍ ମାଗିଛନ୍ତି ଅରୁଣ ଗୋଭିଲ ।

ଜନସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି, ଜନସାଧାରଣଙ୍କୁ ଭୋଟ ଦେବାକୁ କଲେ ଅପିଲ୍ । ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ଚଳିତ ନିର୍ବାଚନରେ ୪ଶହ ସିଟ୍ ପାର ହେବାକୁ ଯାଉଛି । ଏହି କ୍ରମରେ କେନ୍ଦୁଝର ଲୋକସଭାର ବିଜେପି ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଓ ସମସ୍ତ ବିଧାନସଭାର ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଭୋଟରଙ୍କୁ ଅନୁରୋଧ କରିଛନ୍ତି । ଭୋଟଗ୍ରହଣ ଦିନ ପ୍ରଥମେ ମତସାବ୍ୟସ୍ତ ଓ ପରେ ଜଳପାନ ପାଇଁ ଭୋଟରଙ୍କୁ ଅରୁଣ ଗୋଭିଲ ନିବେଦନ କରିଛନ୍ତି ।