ଜଗନ୍ନାଥଙ୍କୁ ମୋଦୀଙ୍କ ଭକ୍ତ କହି କ୍ଷମା ମାଗିଲେ ସମ୍ବିତ ପାତ୍ର: କହିଲେ, ଭୁଲରେ ହୋଇଯାଇଥିଲା ଉଚ୍ଚାରଣ

2,042

କନକ ବ୍ୟୁରୋ: ମହାପ୍ରଭୁ ଜଗନ୍ନାଥଙ୍କୁ ମୋଦୀଙ୍କ ଭକ୍ତ କହିବା ପ୍ରସଙ୍ଗରେ କ୍ଷମା ମାଗିଲେ ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । କହିଲେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମୋଦୀ ବଦଳରେ ଭୁଲ ବଶତଃ ମୋଦୀଙ୍କ ଭକ୍ତ ଜଗନ୍ନାଥ ଉଚ୍ଚାରଣ ହୋଇଥିଲା । ତେବେ ଏହି ଘଟଣାକୁ ନେଇ ରାଜନୀତି ନକରିବାକୁ କହିଛନ୍ତି ସମ୍ବିତ ପାତ୍ର । ହେଲେ ଏହି ଘଟଣାକୁ ନେଇ ଏବେ ସମ୍ବିତ ପାତ୍ରଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି ।

ସମ୍ବିତ ପାତ୍ର ଟ୍ୱିଟ କରି ଲେଖିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ପୁରୀ ଆଗମନ ଅବସରରେ ପୁରୀ ବଡଦାଣ୍ଡରେ ଜନଗହଳିରେ ଅନେକ ମିଡିଆ ବନ୍ଧୁଙ୍କ ସହ ବାର୍ତ୍ତା କରିଥିଲି । ଏହି ଜନସମୁଦ୍ର ମଧ୍ୟରେ ଜଣେ ମିଡିଆ ବନ୍ଧୁଙ୍କ ସହ ବାର୍ତ୍ତା ସମୟରେ “ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମୋଦୀ” ବଦଳରେ ଭୁଲରେ ମୋଦୀଙ୍କ ଭକ୍ତ ଜଗନ୍ନାଥ ଉଚ୍ଚାରଣ ହୋଇଯାଇଥିଲା ।

ସ୍ୱାଭାବିକ ଭାବେ ଆମେ ସମସ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଙ୍କ ଭକ୍ତ । ବଡ ଠାକୁର ଶ୍ରୀ ଜଗନ୍ନାଥ ଆମ ମୁରବୀ । ଏହି ପ୍ରସଙ୍ଗରେ ରାଜନୀତି କରିବା ଅନୁଚିତ ହେବ ।