ଚିକିତ୍ସା କରାଇବାକୁ ଆସିଥିଲେ ଭାରତ । ହୋଇଗଲେ ନିଖୋଜ, ଏବେ ଫ୍ଲାଟରୁ ମିଳିଲା ମୃତଦେହ

319

କନକ ବ୍ୟୁରୋ : ବାଂଲାଦେଶର କ୍ଷମତାଧାରୀ ପାର୍ଟି ଆୱାମୀ ଲିଗର ନିଖୋଜ ସାଂସଦ ଅଜୀମ ଅନାରଙ୍କ ମୃତ୍ୟୁ ନେଇ ସୂଚନା ମିଳିଛି । ଏନେଇ ବାଂଲାଦେଶ ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି । ସେ ନିଜର ଚିକିତ୍ସା କରାଇବାକୁ ଭାରତ ଆସିଥିଲେ । ହେଲେ କିଛିଦିନ ହେବ ସେ ନିଖୋଜ ଥିଲେ । ଏନେଇ ବାଂଲାଦେଶ ସରକାରଙ୍କ ତରଫରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା ।

ବାଂଲାଦେଶର ଗୃହମନ୍ତ୍ରୀ ଅସଦୁଜ୍ଜମା ଖାନ କହିଛନ୍ତି କି, ସାଂସଦ ଅଜୀମଙ୍କ ମୃତ୍ୟ ହୋଇଥିବା ନେଇ କୋଲକତାର ଆସନସୋଲ ପୋଲିସ ସୂଚନା ଦେଇଛନ୍ତି । କୋଲକତା ପୋଲିସର ସୂଚାନ ମୁତାବକ ବାଂଲାଦେଶର ୩ ଥର ସାଂସଦ ହୋଇଥିବା ଅଜୀମ ଅନାରଙ୍କ ଏକ ଫ୍ଲାଟରୁ ଉଦ୍ଧାର କରାଯାଇଛି । ଅନୁମାନ କରାଯାଉଛି କି, ଏଠାକୁ ସେ କାହାକୁ ଭେଟିବାକୁ ଆସିଥିଲେ ।

ଅଜୀମ ଅନାର ମେ’୧୨ ତାରିଖରେ କୋଲକତାରେ ପହଂଚିଥିଲେ । ହେଲେ ସେବେଠାରୁ ତାଙ୍କର ଫୋନ ସ୍ୱିଚ୍ ଅଫ୍ ଦେଖାଉଥିଲା । ଏନେଇ ତାଙ୍କ ପରିବାର ତରଫରୁ ମେ’୧୮ ତାରିଖରେ କୋଲକତା ବର୍ନାନଗର ଥାନାରେ ଏକ ଅଭିଯୋଗ କରିଥିଲେ । ସେପଟେ ପୋଲିସ ସୂଚନା ମୁତାବକ ଅଜୀମ ମେ ୧୨ ତାରିଖ ସନ୍ଧ୍ୟା ୭ଟାରେ ତାଙ୍କ ପାରିବାରିକ ବନ୍ଦୁ ଗୋପାଳ ବିଶ୍ୱାସଙ୍କ ଘରକୁ ଯାଇଥିଲେ । ହେଲେ ୧୩ ତାରିଖ ଦିନ ସେଠାରୁ ସେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କହି ବାହାରି ଯାଇଥିଲେ । ହେଲେ ତା ପରଠାରୁ ତାଙ୍କ ବାବଦରେ କିଛି ସୂଚନା ମିଳି ନଥିଲା ।