ପୁରୀକୁ ବିଶ୍ୱସ୍ତରୀୟ ଐତିହାସିକ ନଗର କରିବା ନବୀନଙ୍କ ଲକ୍ଷ୍ୟ । ପ୍ରଚାର ବେଳେ ପାଣ୍ଡିଆନ କହିଲେ, ପୁରୀ ପାଲଟିବ ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡ ।

217

କନକ ବ୍ୟୁରୋ : ପୁରୀରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଛନ୍ତି, ପୁରୀକୁ ବିଶ୍ୱସ୍ତରୀୟ ଐତିହାସିକ ନଗର କରିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ । ଏହି ସ୍ୱପ୍ନକୁ ସାକାର କରିବାକୁ ପୁରୀ ବାସୀ ସମସ୍ତେ ସାମିଲ ହୁଅନ୍ତୁ । ଏଠାରେ ଅନ୍ତର୍ଜାତୀୟ ବିମାନବନ୍ଦର କରାଯିବ । ପୁରୀକୁ ନିବେଶର ସୁଅ ଛୁଟିବ । ଆଗାମୀ ଦିନରେ ପୁରୀ ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡ ହେବ । ଏହି ସ୍ୱପ୍ନକୁ ସାକାର କରିବାକୁ ହେଲେ ବିଜେଡିର ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଆହ୍ୱାନ ଦେଇଛନ୍ତି ପାଣ୍ଡିଆନ ।

ପୁରୀରେ ଅନେକ ଲୋକ ଫୋନି ପରେ ଘର ପାଇନାହାନ୍ତି । ସେମାନଙ୍କ ସୁବିଧା ପାଇଁ ପୁରା ଓଡ଼ିଶାରେ ୧୦ ଲକ୍ଷ ଘର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାସନ କାର୍ଡ ଯେଉଁମାନେ ପାଇନାହାନ୍ତି ସେମାନଙ୍କୁ ରାସନକାର୍ଡ ମିଳିବ । ଏହା ନବୀନ ଗ୍ୟାରେଣ୍ଟି । ପରିକ୍ରମା ପ୍ରକଳ୍ପରେ ଉଠା ଦୋକାନୀ ଯେଉଁ ସହଯୋଗ କରିଛନ୍ତି ସେଥିପାଇଁ ନବୀନ ସରକାର ଚିର ଋଣୀ । ସେମାନଙ୍କ ସମସ୍ୟା ଓ ଅସୁବିଧାକୁ ଦୂର କରିବା ଆମର ପ୍ରାଥମିକତା ହେବ । ମହାପ୍ରଭୁଙ୍କ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ । ପ୍ରଥମ ଦସ୍ତଖତରେ ବିଜୁଳି ବିଲ୍ ଛାଡ, ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବିଏସକେୱାଇ ଓ ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା’ଙ୍କୁ ଭତ୍ତା ମିଳିବ । ଏହା ନବୀନଙ୍କ ଗ୍ୟାରେଣ୍ଟି ।

ପୁରୀରେ ଅନେକ ମଧ୍ୟବିତ୍ତ ପରିବାର ରହିଛନ୍ତି । ସେମାନଙ୍କ ପାଇଁ ବଡ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ସହରାଞ୍ଚଳ ସହ ସମସ୍ତ ମଧ୍ୟବିତ୍ତଙ୍କୁ ଈଗ୍ଦଳଚ୍ଚ ନବୀନ କାର୍ଡ ପ୍ରଦାନ କରାଯିବ। ଘର କିଣିବାକୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧ ରିହାତି ମିଳିବ। ମଧ୍ୟବିତ୍ତଙ୍କ ପିଲାଙ୍କ ପାଠପଢା ପାଇଁ ଶିକ୍ଷା ଋଣ ଉପରେ ବି ମିଳିବ ସୁଧ ରିହାତି। ଗମନାଗମନ ପାଇଁ କମ ପଇସାରେ ସୁବିଧା କରାଯାଇଛି। ଲକ୍ଷ୍ମୀ ବସ ଓ ମୋ ବସ ବ୍ୟବସ୍ଥା କରାଯାଇଛି। ରାଜ୍ୟର ପ୍ରାୟ ୯୮ ପ୍ରତିଶତ ପିଲା ନୂଆ ଓ ଛାତ୍ର ବୃତ୍ତିରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଛାତ୍ରଙ୍କ ପାଇଁ ୧୨ ହଜାର ଛାତ୍ରୀଙ୍କ ପାଇଁ ୧୪ ହଜାର ଛାତ୍ରବୃତ୍ତି ପ୍ରଦାନ କରାଯିବ ବୋଲି କହିଛନ୍ତି ପାଣ୍ଡିଆନ ।