ଗୋଟିଏ ମ୍ୟାଚରେ ୨ଟି ରେକର୍ଡ କଲେ ବିରାଟ: ଖେଳିଲେ ୧୦୦ତମ ଟେଷ୍ଟ, ୮ହଜାର ରନ୍ କରି ସୃଷ୍ଟି କଲେ ରେକର୍ଡ

171

କନକ ବ୍ୟୁରୋ: ଶୁକ୍ରବାର ପୁରା ଭାରତବାସୀଙ୍କ ନଜର ଥିଲା ବିରାଟ କୋହଲିଙ୍କ ଉପରେ । କିଙ୍ଗ କୋହଲି ମଧ୍ୟ ନିଜର ଶହେତମ ଟେଷ୍ଟକୁ ସ୍ମରଣୀୟ କରିବା ପାଇଁ ଦମଦାର ପ୍ରଦର୍ଶନ କରିବା ନେଇ ବେଶ ଆଶାବାଦୀ ଥିଲେ । ଆଉ ଏହି ଭିତରେ ଦୁଇଟି ନୂଆ ରେକର୍ଡ ନିଜ ନାଁରେ କରିଦେଲେ କୋହଲି । ବିରାଟ ଶ୍ରୀଲଙ୍କା ବିପକ୍ଷରେ ଶହେ ତମ ଟେଷ୍ଟ ମ୍ୟାଚ ଖେଳିବା ସହ ୮ ହଜାର ରନ୍ ପୁରଣ କରିଛନ୍ତି ବିରାଟ କୋହଲି । ଷଷ୍ଠ ଭାରତୀୟ କିକେଟର ଭାବେ ବିରାଟ ଏହି ସଫଳତା ହାସଲ କରିଛନ୍ତି ।

୧୦୦ତମ ଟେଷ୍ଟ ଖେଳିଥିବା କ୍ରିକେଟରଙ୍କ ତାଲିକାରେ ନିଜ ନାଁ ସାମିଲ କରିଛନ୍ତି । ଆଉ ଏଥିରେ ବିଶ୍ୱର ୧୨ତମ ଖେଳାଳୀ ହେବାର ରେକର୍ଡ କରିଛନ୍ତି କୋହଲି । ତେବେ ୧୦୦ ତମ ଟେଷ୍ଟ ପାଇଁ ବିସିସିଆଇ ତରଫରୁ ପୁରା ଟିମ ଉପସ୍ଥିତିରେ କୋହଲିଙ୍କୁ ସ୍ୱତନ୍ତ୍ର ଆତିଥ୍ୟ ଦିଆଯାଇଥିଲା । ଏହି ଅବସରରେ ହେଡ କୋଚ ରାହୁଲ ଦ୍ରାବିଡ ମଧ୍ୟ ସାମିଲ ରହି କୋହଲିଙ୍କୁ ସମ୍ମାନିତ କରିଥିଲେ । ଦ୍ରାବିଡ ବିରାଟଙ୍କୁ ୧୦୦ତମ ଟେଷ୍ଟ ଅବସରରେ ସ୍ମରଣୀୟ କ୍ୟାପ ପ୍ରଦାନ କରିଥିଲେ । ବିରାଟଙ୍କ ସହ ପତ୍ନୀ ଅନୁଷ୍କା ମଧ୍ୟ ପଡିଆ ମଧ୍ୟରେ ଉପସ୍ଥିତ ଥିଲେ । ଆଉ ତାଙ୍କର ଏହି ସ୍ମରଣୀୟ ମୁହୁର୍ତର ସାଥି ହୋଇଥିଲେ ଅନୁସ୍କା ।