ଟ୍ରେନ ଧକ୍କାରୁ ମିଳିବ ମୁକ୍ତି: ଦ୍ରୁତ ବେଗରେ ଆସୁଥିବା ସାମ୍ନା ସାମ୍ନି ଟ୍ରେନକୁ ଅଟକାଇବ ଭାରତୀୟ ରେଲୱେର ‘କବଚ’

157

କନକ ବ୍ୟୁରୋ: ଅନେକ ସମୟରେ ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ଆମ୍ନା- ସାମ୍ନା ହେବାର ଖବର ସାମ୍ନାକୁ ଆସିଛି । ଦୁଇଟି ଟ୍ରେନ୍ ସାମ୍ନାସାମ୍ନି ଧକ୍କା ଦେବାର ଅନେକ ନଜିର ରହିଛି । ଆଉ ଏଭଳି ବଡ ବଡ ରେଳ ଦୁର୍ଘଟଣାରେ ଅନେକ ଧନ ଜୀବନ ବି ହାନି ହୋଇଛି । ତେବେ ଦୁଇଟି ଟ୍ରେନ୍ ସାମ୍ନା-ସାମ୍ନି ଆସିଲେ ବି ହେବନାହିଁ ଟକ୍କର । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନୂଆ ପ୍ରଣାଳୀର ସଫଳ ପରୀକ୍ଷଣ ହୋଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନି ବୈଷ୍ଣବ ନିଜେ ଏହି ପ୍ରଣାଳୀ ପରିକ୍ଷଣରେ ଯୋଗଦେଇଛନ୍ତି । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ପ୍ରଣାଳୀକୁ କବଚର ନାମ ଦିଆଯାଇଛି ।

ଭାରତୀୟ ରେଳ ବିଭାଗ ପାଇଁ ଶୁକ୍ରବାର ଏକ ଐତିହାସିକ ଦିନ ସାବ୍ୟସ୍ତ ହୋଇଛି । ରେଳ ଦୁର୍ଘଟଣା ରୋକିବାର ଅତ୍ୟାଧୁନିକ ପ୍ରଣାଳୀ ‘କବଚ’ର ସଫଳ ପରୀକ୍ଷଣ ହୋଇଛି । ଦୁଇଟି ଟ୍ରେନ୍ ସାମ୍ନା ସାମ୍ନି ହେଲେ ଦୁର୍ଘଟଣାରୁ କିପରି ବର୍ତିବେ ସେହି ଅତ୍ୟାଧୁନିକ ପ୍ରଣାଳୀ ହେଉଛି କବଚ । ଦେଖନ୍ତୁ ଏହି ପରୀକ୍ଷଣର ଦୃଶ୍ୟ । ପରୀକ୍ଷଣ ପାଇଁ ଦୁଇଟି ଟ୍ରେନ୍କୁ ସାମ୍ନା – ସାମ୍ନି ଟ୍ରାକ୍ରେ ଗଡାଯାଇଥିଲା । ଫୁଲ୍ ସ୍ପିଡ୍ରେ ଆଗକୁ ଗଡିଥିଲେ ଦୁଇଟି ଟ୍ରେନ୍ । ଆଉ ଗୋଟିଏ ଟ୍ରେନ୍ରେ ଉପସ୍ଥିତ ଥିଲେ ନିଜେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତଥାପି ହୋଇ ନଥିଲା ଧକ୍କା ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପରୀକ୍ଷଣର ଅନେକ ଭିଡିଓ ନିଜ ଟୁଇଟରେ ସେୟାର କରି କବଚର ସଫଳ ପରୀକ୍ଷଣ ବିଷୟରେ ସୂଚନା ଦେଇଛନ୍ତି ।
– ଯେଉଁ ଟ୍ରେନ୍ରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଥିଲେ ସେହି ଟ୍ରେନ୍ ୩୮୦ କିଲୋମିଟର ବେଗରେ ଗଡିଥିଲା
– ‘କବଚ’ କୌଶଳ ପାଇଁ ଟ୍ରେନ୍ରେ ଆପେ ଆପେ ବ୍ରେକ୍ ଲାଗି ଯାଇଥିଲା
– ଦୃତ ବେଗରେ ଗଡୁଥିବା ଟ୍ରେନ୍ର ବେଗକୁ ଅଟକାଇବା ପ୍ରଣାଳୀ ହେଉଛି ‘କବଚ’

୨୦୨୨ କେନ୍ଦ୍ର ବଜେଟ୍ରେ କବଚ ପ୍ରଣାଳୀ ପାଇଁ ଘୋଷଣା ହୋଇଥିଲା । ଆତ୍ମନିର୍ଭର ଭାରତ ଅନ୍ତର୍ଗତ ଦୁଇ ହଜାର କିଲୋମିଟରର ରେଲୱେ ନେଟୱର୍କକୁ କବଚ ପ୍ରଣାଳୀ ଭିତରେ ରଖାଯିବ । ୧୦୯୮ କିଲୋମିଟର ଯାତ୍ରା କରୁଥିବା ୬୫ଟି ଇଂଜିନ୍ରେ କବଚ ପ୍ରଣାଳୀ ପ୍ରୟୋଗ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଦକ୍ଷୀଣ – ମଧ୍ୟ ରେଲୱେରେ ଏହି ପ୍ରଣାଳୀ ଲାଗୁ ହୋଇଛି ।