ସୋସିଆଲ ମିଡିଆରେ ବିରାଟ କୋହଲିଙ୍କ ଭିଡିଓ ଭାଇରାଲ । ଏସିଆ କପ୍ ସୁପର ଫୋର ଶେଷ ମ୍ୟାଚରେ ଦେଖିବାକୁ ମିଳିଥିଲା ବିରାଟଙ୍କ ମଜାଳିଆ ଭିଡିଓ

367

କନକ ବ୍ୟୁରୋ : କ୍ରିକେଟ ପଡିଆରେ ଖେଳାଳିଙ୍କୁ ପାଣି ଯୋଗାଇ ଦେବାକୁ ନେଇ ଚର୍ଚ୍ଚାରେ ଭାରତୀୟ ଲୋକପ୍ରିୟ କ୍ରିକେଟ୍ ତାରକା ବିରାଟ କୋହଲି। ଭାରତ ବିପକ୍ଷ ବାଙ୍ଗଲାଦେଶ ମ୍ୟାଚରେ ବିରାଟଙ୍କୁ ଆରାମ କରିବାକୁ ଦିଆଯାଇଥିଲା । ବିରାଟ କୋହଲି ଏଭଳି ଜଣେ ଖେଳାଳି ଯିଏ କି, ଫ୍ଲେଇଂ ଇଲେଭେନର ସଦସ୍ୟ ହୋଇଥାନ୍ତୁ କି ନାହିଁ, ମାତ୍ର ମ୍ୟାଚର ପ୍ରମୁଖ ଆକର୍ଷଣ ସେହିଁ ଥାନ୍ତି । ଭାରତ-ବାଙ୍ଗଲାଦେଶ ମ୍ୟାଚରେ ବିରାଟଙ୍କ ଭିନ୍ନ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥିଲା । ଯାହା ପ୍ରଶଂସକଙ୍କ ମନ ଜିଣି ନେଇଥିଲା । ପଡିଆରେ ଫିଲ୍ଡିଂ କରୁଥିବା ନିଜ ସହଯୋଗୀ ଖେଳାଳିଙ୍କୁ ପାଣି ଯୋଗାଇ ଦେବାର ନଜର ଆସିଥିଲେ ବିରାଟ । ଆଉ ପଡିଆ ଭିତରେ ବିରାଟଙ୍କ ଦଉଡିବା ଶୈଳୀକୁ ଦେଖି ଦେଖଣାହାରି ବି ବେଶ ମଜା ନେଇଥିଲେ । ସୋସିଆଲ ମିଡିଆରେ ଏହି ସମୟର ଭିଡିଓ ବି ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଦେଖି ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ବିରାଟ କୋହଲିଙ୍କୁ ବିଶ୍ୱର ସବୁଠାରୁ ଦାମୀ ୱାଟର ବୟ ବୋଲି କମେଂଟ କରିଛନ୍ତି ।