ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଉତ୍ତେଜନା : ପଥର ମାଡରେ ୧୦ରୁ ଅଧିକ ପୁଲିସ କର୍ମଚାରୀଙ୍କ ଆହତ; ୫ଟି ଥାନା ଅଞ୍ଚଳରେ ୧୪୪ ଧାରା ଜାରି

186

କନକ ବ୍ୟୁରୋ : ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ଶୋଭାଯାତ୍ରା ବେଳେ ଉତ୍ତେଜନା ପ୍ରକାଶ ପାଇଛି । ୫ଟି ଥାନା ଅଞ୍ଚଳରେ ୪୮ ଘଣ୍ଟା ପାଇଁ ୧୪୪ ଧାରା କରାଯାଇଛି । ପଥରମାଡରେ ୧୦ ପୁଲିସଙ୍କ ସମେତ ୫୦ରୁ ଅଧିକ ହନୁମାନ ଜୟନ୍ତୀ ସ୍ୱମନ୍ୱୟ ସିମିତିର କର୍ମକର୍ତ୍ତା ଆହତ ହୋଇଛନ୍ତି ।

ଆହତଙ୍କ ମଧ୍ୟରେ ସମ୍ବଲପୁର ଅତିରିକ୍ତ ଏସିପି ଓ ଧନୁପାଲ୍ଲୀ ଆଇଆଇସି ଅଛନ୍ତି । ଆହତଙ୍କ ମଧ୍ୟରେ କିଛି ସ୍ଥାନୀୟ ଲୋକ ବି ଅଛନ୍ତି । ରାଜ୍ୟରେ ଶୁକ୍ରବାର ଦିନ ପାଳିତ ହେବ ହନୁମାନ ଜୟନ୍ତୀ । ତା ପୂର୍ବରୁ ଗତକାଲି ଧନୁପାଲି ଛକରୁ ରାଲି ବାହାରିଥିଲା । ଆଉ ରାଲି ଗଲାବେଳେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହାକୁ ଅଟକାଇବାକୁ ଉଦ୍ୟମ କଲାବେଳେ ପୁଲିସ ଉପରେ ପଥରମାଡ ହୋଇଛି ।

ଉତ୍ୟକ୍ତ ଲୋକେ ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା କରିଛନ୍ତି । ଦୋକାନ, କାର ଓ ବାଇକ ଜାଳି ଦେଇଛନ୍ତି ଲୋକେ । ଏହାକୁ ନେଇ ସମ୍ବଲପୁରରେ ଉତ୍ତେଜନା ପ୍ରକାଶ ପାଇଛି । ପୁଲିସ ବି ଆଲର୍ଟ ଅଛି । ୫ ଥାନା କ୍ଷେତ୍ରରେ ଆଲର୍ଟ ଜାରି କରାଯାଇଛି । ସବୁ ଛକରେ ପୁଲିସ ମୁତୟନ ଅଛନ୍ତି । ରାଉରକେଲାରୁ ରାପିଡ ଆକ୍ସନ ଫୋର୍ସ ମଗାଯାଇଛି । ସହରରେ ବର୍ତ୍ତମାନ ୧୫ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି ।