ଜଗତସିଂହପୁରରେ ଏସିଡ୍ ମାଡ : ଗୋଟିଏ ପରିବାର ସ୍ୱାମୀ, ସ୍ତ୍ରୀ, ଝିଅ ଉପରେ ଆକ୍ରମଣ; ଘଟଣାସ୍ଥଳରେ ପୁଲିସର ଛାନଭିନ୍

121

କନକ ବ୍ୟୁରୋ : ଜଗତସିଂହପୁରରେ ଏସିଡ୍ ଆଟାକ୍ । ପାରିବାରିକ ଗଣ୍ଡଗୋଳକୁ ନେଇ ଏସିଡ୍ ମାଡ କରାଯାଇଥିବା ସନ୍ଦେହ କରାଯାଇଛି । ଘଟଣାରେ ଆକ୍ରମଣକାରୀଙ୍କ ସମେତ ୫ଜଣ ଆହତ ହୋଇଛନ୍ତି । ଆକ୍ରମଣରେ ଏକ ପରିବାରର ସ୍ୱାମୀ, ସ୍ତ୍ରୀ ଓ ଝିଅ ଆହତ ହୋଇଥିବା ବେଳେ ସେମାନଙ୍କୁ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇ ଜଣ ଆକ୍ରମଣକାରୀ ମଧ୍ୟ ଆହତ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲା ଥାନାଗଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏସିଡ୍ ମାଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତିର୍ତ୍ତୋଲ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।