କଂଗ୍ରେସରେ ମିଶିବେ କି ବରୁଣ ଗାନ୍ଧୀ? କଂଗ୍ରେସରୁ ଆସିଲା ଅଫର, ଅଧୀର ରଂଜନ କହିଲେ ମିଶିବାକୁ ଚାହିଁଲେ କରାଯିବ ସ୍ୱାଗତ

453

କନକ ବ୍ୟୁରୋ : ବିଜେପି ଛାଡ଼ିବେ କି ବରୁଣ ଗାନ୍ଧୀ? ଲୋକସଭା ନିର୍ବାଚନ ପାଇଁ ତାଙ୍କୁ ବିଜେପି ଟିକେଟ ଦେଇ ନାହିଁ । ଉତର ପ୍ରଦେଶର ପିଲଭିଟ ଆସନରୁ ଲଢ଼ି ଲଗାତର ଭାବେ ଜିତିଆସୁଥିଲେ ବରୁଣ । ହେଲେ ଏଥର ବିଜେପି ତାଙ୍କର ଟିକେଟ କାଟିଦେଇଛି । ଏପରି ସମୟରେ ତାଙ୍କୁ କଂଗ୍ରେସରୁ ମିଶିବା ପାଇଁ ପ୍ରସ୍ତାବ ଆସିଛି । ବରିଷ୍ଠ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ, ବରୁଣ ଯଦି ବିଜେପି ଛାଡ଼ି କଂଗ୍ରେସରେ ମିଶିବାକୁ ଚାହାନ୍ତି, ତାହେଲେ ତାଙ୍କୁ ସ୍ୱାଗତ କରାଯିବ । ଗାନ୍ଧୀ ପରିବାରରୁ ହୋଇଥିବାରୁ ବରୁଣଙ୍କୁ ବିଜେପି ଟିକେଟ ଦେଇ ନାହିଁ ବୋଲି ଅଧୀର କହିଛନ୍ତ । ମାର୍ଚ୍ଚ ୨୪ରେ ବିଜେପି ଏହାର ପଂଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଏଥିରେ ପିଲଭିଟ ଆସନରୁ ଜିତିନ ପ୍ରସାଦଙ୍କୁ ଟିକେଟ ଦିଆଯାଇଛି । ୨୦୨୧ରେ ଜିତିନ ପ୍ରସାଦ ବିଜେପିରେ ମିଶିଥିଲେ । ଯଦିଓ ବରୁଣ ଗାନ୍ଧୀଙ୍କୁ ଟିକେଟ ମିଳିନାହିଁ, ହେଲେ ତାଙ୍କ ମାଆ ମାନେକା ଗାନ୍ଧୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ସୁଲତାନପୁର ଆସନରୁ ଏଥର ମାନେକା ନିର୍ବାଚନ ଲଢ଼ିବ ।