ପଂଜାବରେ ଏକାକୀ ଲୋକସଭା ନିର୍ବାଚନ ଲଢ଼ିବ ବିଜେପି । ଅକାଳୀ ସହ ମେଂଟ ସମ୍ଭାବନାକୁ ଲାଗିଲା ଝଟକା

116

କନକ ବ୍ୟୁରୋ : ପଂଜାବରେ ଏକାକୀ ଲଢ଼ିବ ବିଜେପି । ରାଜ୍ୟ ବିଜେପି ମୁଖ୍ୟଙ୍କ ଏହି ବୟାନ ପରେ ଏବେ ଚର୍ଚ୍ଚା ବଢ଼ିଛି । କାରଣ ଆକଳନ କରାଯାଉଥିଲା ଯେ, ଅକାଳି ଦଳ ସହ ମିଶି ରାଜ୍ୟରେ ବିଜେପି ଲୋକସଭା ନିର୍ବାଚନ ଲଢ଼ିବ । ଏନେଇ ଦୁଇପକ୍ଷ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିବା ମଧ୍ୟ କୁହାଯାଉଥିଲା । ହେଲେ ଏବେ ପଂଜାବ ବିଜେପି ମୁଖ୍ୟ ସୁନିଲ ଝାକର କହିଛନ୍ତି ଯେ, ବିଜେପି ଏକାକୀ ୧୩ଟି ଯାକ ଲୋକସଭା ଆସନରେ ଏକାକୀ ଲଢ଼ିବ । ଶିରୋମଣି ଆକଳୀ ଦଳ ପୂର୍ବରୁ ଏନଡିଏର ସଦସ୍ୟ ଥିଲା । ବିଜେପିର ପୁରୁଣା ସହଯୋଗୀ ଦଳ ଭିତରୁ ଆକଳୀ ଦଳ ଅନ୍ୟତମ । ହେଲେ କୃଷି ଆନ୍ଦୋଳନ ପ୍ରସଙ୍ଗରେ ବିଜେପି ସହ ମତପାର୍ଥକ୍ୟ ପରେ ୨୦୨୦ରେ ଏନଡିଏରୁ ଦୂରେଇ ଯାଇଥିଲା ଦଳ । ହେଲେ ନିକଟରେ ଉଭୟ ଦଳ ମଧ୍ୟରେ ପୁଣି ସମ୍ପର୍କରେ ସୁଧାର ଆସିଥିବା ଲକ୍ଷ୍ୟ କରାଯାଇଥିଲା । ୨୦୧୯ ଲୋକସଭା ନିର୍ବାଚନରେ ଅକାଳୀ ଦଳ ଓ ବିଜେପି ଏକାଠି ପଂଜାବରେ ଲଢ଼ିଥିଲେ । ହେଲେ ଏତେଟା ଭଲ ପ୍ରଦର୍ଶନ କରିପାରି ନଥିଲେ । କଂଗ୍ରେସକୁ ୮ଟି ଆସନ ମିଳିଥିଲା ବେଳେ ବିଜେପି ୨ଟି, ଅକାଳୀ ଦଳ ୨ଟି ଆସନରେ ଜିତିଥିଲେ । ସେପଟେ ଆମ୍ ଆଦମୀ ପାର୍ଟିକୁ ଗୋଟିଏ ଆସନ ମିଳିଥିଲା ।