ଇମ୍ପାଲ ଆକାଶରେ ଉଡିଲା ଅଜଣା ଉଡନ୍ତା ଯାନ ବା ୟୁଏଫଓ । ଏୟାରସ୍ପେଶରେ ୟୁଏଫଓ ଦେଖାଯିବା ପରେ ପିଛା କଲା ରାଫେଲ ବିମାନ

800

କନକ ବ୍ୟୁରୋ : ଇମ୍ପାଲ ଆକାଶରେ ଅଜଣା ଯାନ ଦୃଶ୍ୟମାନ । ସୋମବାର ଇମ୍ପାଲ ବିମାନବନ୍ଦର ନିକଟ ଆକାଶରେ ଅଜଣା ଉଡନ୍ତା ଯାନ ଦେଖାଯାଇଛି । ସୂଚନା ମିଳିବାପରେ ଏହାକୁ ଖୋଜିବାକୁ ଭାରତୀୟ ବାୟୁସେନା ଦୁଇଟି ରାଫେଲ ଫାଇଟର ଏୟାରକ୍ରାପ୍ଟ ନିୟୋଜିତ କରିଥିଲା । ହାସିମାରା ଏୟାରଫେର୍ସ ବେସରୁ ପ୍ରଥମେ ରାଫେଲ ଫାଇଟର ୟୁଏଫଓ ଦେଖା ଯାଇଥିବା ସ୍ଥାନକୁ ଜେଟ ଉଡାଣ ଭରିଥିଲା । କୌଣସି ସୂଚନା ନମିଳିବାରୁ ଡବଲ ଚେକ କରିବା ପାଇଁ ୨ୟ ରାଫେଲ ପଠାଯାଇଥିଲା । ହେଲେ ୟୁଏଫଓକୁ ନେଇ କୌଣସି ସୂଚନା ମିଳିନି । ରବିବାର ଦିନରେ ଏହା ଦେଖାଯିବା ପରେ କିଛି କର୍ମସିଆଲ ବିମାନ ଉଡାଣ ପ୍ରଭାବିତ ହୋଇଥିଲା ।