ପୁଣି ଅଶାନ୍ତ ହେଲା ବିଜେବି କଲେଜ: ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ

347

କନକ ବ୍ୟୁରୋ: ପୁଣି ଅଶାନ୍ତ ହେଲା ବିଜେବି କଲେଜ । ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ । ନିଜ ଗୋଷ୍ଠୀରେ ସାମିଲ କରିବାକୁ ବିଜୁ ଛାତ୍ର ଜନତା ଦଳର ଛାତ୍ରନେତା ମାଡ ମାରିଥିବା ଅଭିଯୋଗ ହୋଇଛି । ଏହି ମାମଲା ଥାନାରେ ପହଞ୍ଚିଛି । ୩ ଜଣ ଛାତ୍ରଙ୍କୁ କିଛି ବିଜୁ ଜନତା ଦଳର ଛାତ୍ର ଓ ଅଣଛାତ୍ର ମିଶି ଅଟକ ରଖିଥିବା ଥାନାରେ ଅଭିଯୋଗ ହୋଇଛି । ଜଣେ ଛାତ୍ର ସେଠାରୁ ମୁକୁଳି ଅନ୍ୟ ଜଣେ ଛାତ୍ରଙ୍କୁ ଉଦ୍ଧାର କରି ଏଚଓଡିଙ୍କ ରୁମରେ ରଖିଥିଲେ । ସେ ଥାନାରେ ହାଜର ହୋଇ ଏକଥା ଜଣାଇବା ପରେ ଛାତ୍ରଙ୍କୁ ପୋଲିସ ଭ୍ୟାନ ଉଦ୍ଧାର କରିଛି । ଏକ ସ୍ୱତନ୍ତ୍ର ରାଜନୈତିକ ଗୋଷ୍ଠୀର ଛାତ୍ର ଏଭଳି କାଣ୍ଡ ବାରମ୍ବାର କରୁଥିବା ନେଇ ଅଭିଯୋଗ କରିଛନ୍ତି ମୁକୁଳି ଆସିଥିବା ଛାତ୍ର ।