‘ବାହାର ନେତା ଆସି ମୋ ପ୍ରତି ଅଭଦ୍ର ଭାଷା ବ୍ୟବହାର କରୁଛନ୍ତି, ରାଜ୍ୟର ମା’ମାନେ, ଯୁବପୀଢି ଏହାର ଉଚିତ ଜବାବ ଦେବେ’ : ମୁଖ୍ୟମନ୍ତ୍ରୀ ।

1,052

କନକ ବ୍ୟୁରୋ: ଭିଡିଓ ଜାରି କରି ବିରୋଧୀ ନେତାଙ୍କ ଅଶାଳୀନ ବ୍ୟବହାର କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ‘ ସାଢେ ୪ କୋଟି ଓଡିଶାବାସୀଙ୍କୁ ମୁଁ ଜିଜ ପରିବାର ଭାବି ସେବା କରିଆସୁଛି । ସୁଖଦୁଖରେ ମୁଁ ସବୁବେଳେ ସେମାନଙ୍କ ସହ ଅଛି । କୋଭିଡ ମୁକାବିଲା ହେଉ କି ବନ୍ୟା, ବାତ୍ୟା ହେଉ ସବୁଥିରେ ମୁଁ ସେମାନଙ୍କ ସହ ଛିଡା ହୋଇଛି । ଶେଷ ଯାଏଁ ଛିଡା ହୋଇଥିବି’ ।

ଆହୁରି କହିଛନ୍ତି, ‘ ମିଶନ ଶକ୍ତି ମା’ମାନଙ୍କ ସଫଳତା ମୋତେ ବହୁତ ଖୁସି ଦେଇଛି । ସେହିଭଳି ଆମ ରାଜ୍ୟର ଯୁବପୀଢି ଆତ୍ମବିଶ୍ୱାସର ସହ ଆଗକୁ ବଢୁଛି । ଯୁବ ଶକ୍ତି ହିଁ ଓଡିଶାକୁ ଆଗକୁ ନେବ ଓ ଓଡିିଶାକୁ ନମ୍ବର ୱାନ କରିବେ । ହେଲେ ଦୁଃଖର କଥା ବାହାର ନେତାମାନେ ଆସି ମୋତେ ବ୍ୟକ୍ତିଗତ ଭାବେ ଟ୍ୟାଗ କରୁଛନ୍ତି କଟୁକଥା କହୁଛନ୍ତି ଅଭଦ୍ର ଭାଷଣ ବ୍ୟବହାର କରୁଛନ୍ତି । ଆପଣମାନେ ଭଲଭାବେ ଜାଣିଛନ୍ତି ମୁଁ କାହାକୁ କେବେ ଅସମ୍ମାନ କରେ ନାହିଁ କି କଟୁକଥା କହେନାହିଁ । ବିଶେଷ କରି ମୋ ରାଜ୍ୟର ମା’ମାନେ ଓ ଯୁବ ବନ୍ଧୁମାନେ ମୋ ପ୍ରତି ହେଉଥିବା ଏ ଅସମ୍ମାନର ଉଚିତ ଜବାବ ୧ ତାରିଖରେ ଭୋଟରେ ଦେବେ । ମହାପ୍ରଭୁଙ୍କ ଆଶୀର୍ବାଦ ସବୁବେଳେ ଓଡିଶା ଉପରେ ରହିଛି ଓ ରହିଥିବ ମଧ୍ୟ’ ।