କିପରି ଦୁର୍ଘଟଣାଗ୍ରସ୍ତ ହେଲା କରମଣ୍ଡଳ ଏକ୍ସପ୍ରେସ୍ ? ତଦନ୍ତ ଜାରି ରଖିଛି ସିବିଆଇ ଟିମ୍

160

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣାର ତଦନ୍ତ ଜାରି ରଖିଛି ସିବିଆଇ । ଆଜି ବି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛନ୍ତି ସିବିଆଇର ଅଧିକାରୀ । କରମଣ୍ଡଳ ଏକ୍ସପ୍ରେସ୍ କିପରି ଦୁର୍ଘଟଣାଗ୍ରସ୍ତ ହେଲା ? ମେନ୍ ଲାଇନରେ ଯିବା ପାଇଁ ଗ୍ରୀନ୍ ସିଗନାଲ ଦିଆଯାଇଥିବା ବେଳେ ଲୁପଲାଇନକୁ ମାଡିଗଲା କେମିତି ? ସିଗନାଲରେ ଗଡ଼ବଡ଼ ଥିଲା କି ? ଟ୍ରାକ୍ ପରିବର୍ତ୍ତନ ପାଇଁ ଇଣ୍ଟରଲକିଂ ବ୍ୟବସ୍ଥା ଠିକ୍ ଭାବେ କାମ କରୁନଥିଲା କି ? ଦୁର୍ଘଟଣା ପଛରେ ଆନ୍ତର୍ଘାତୀ କାମ ରହିଛି କି? ଏମିତି ଅନେକ ପ୍ରଶ୍ନକୁ ନେଇ ତଦନ୍ତ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।