ଓଡ଼ିଶା ଆସିବେ ଅମିତ ଶାହା : ମହା ଜନସମ୍ପର୍କ ଅଭିଯାନ ସମାବେଶରେ ଦେବେ ଉଦବୋଧନ

281

କନକ ବ୍ୟୁରୋ : ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହା । ଆସନ୍ତା ୧୭ ତାରିଖରେ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବେ । ମହା ଜନସମ୍ପର୍କ ଅଭିଯାନରେ ଢେଙ୍କାନାଳରେ ହେବାକୁ ଥିବା ଜନସମାବେଶରେ ସାମିଲ ହେବେ ଅମିତ ଶାହା । ସମାବେଶରେ ଗୃହମନ୍ତ୍ରୀ ଅମିତ ଶାହା ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ବିଜେପି ସରକାରର ୯ ବର୍ଷ ପୂର୍ତି ଅବସରରେ ସାରା ଦେଶରେ ମହା ଜନସମ୍ପର୍କ ଅଭିଯାନ କରୁଛି ଦଳ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାରେ ୪ଟି ମହାସମାବେଶ ହେବ । ଏହି ସମାବେଶରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଯୋଗଦେବେ ।