ବଞ୍ଚାଅ ବଞ୍ଚାଅ ଚିତ୍କାର କରୁଥିଲେ, କିନ୍ତୁ ଉଦ୍ଧାର କରିବା ବଦଳରେ ଭିଡିଓ ବନାଉଥିଲ ଲୋକେ, ପାଣିରେ ବୁଡିଗଲେ ୩ ସାଙ୍ଗ

635

କନକ ବ୍ୟୁରୋ: ମସ୍ତିମଜାକ କରୁ କରୁ ଗଭୀର ପାଣିକୁ ଚାଲିଯାଇଥିଲେ ୩ ସାଙ୍ଗ । ହେଲେ ପାଣିରେ ଆଉ ଥଳକୂଳ ପାଇନଥିଲେ । ବଞ୍ଚାଇବାକୁ ଚିତ୍କାର କରିଥିଲେ କିନ୍ତୁ ଉଦ୍ଧାର ପାଇଁ କେହି ଆସିନଥିଲେ । ଫଳରେ ଲୋକଙ୍କ ଆଗରେ ପାଣିରେ ବୁଡିଯାଇ ପ୍ରାଣ ହରାଇଲେ ୩ ସାଙ୍ଗ । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ଦିବାସର ଭୈରବ କୁଣ୍ଡରେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଅଗଷ୍ଟ ୧୫ ତାରିଖରେ ୧୪ଜଣ ଯୁବକ ମିଶି ଭୈରବ କୁଣ୍ଡ ନିକଟକୁ ପିକନିକ୍ କରିବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ଜଣ ସାଙ୍ଗ ପାଣି ଭିତରକୁ ଚାଲିଯାଇଥିଲେ ବି ସେଠାରେ ଜଳର ଗଭୀରତା ଅଧିକ ଥିବାରୁ ସେମାନଙ୍କୁ ଥଳକୂଳ ମିଳିନଥିଲା । ଫଳରେ ବଞ୍ଚାଇବାକୁ ଚିତ୍କାର କରିଥିଳେ । ସେଠାରେ ଥିବା ଲୋକେ ଏହି ଛାତିଥରା ଘଟଣାର ଭିଡିଓ ବନାଇବାରେ ଲାଗିଥିଲେ । କିନ୍ତୁ ସାହାସ କରି ସେମାନଙ୍କୁ ଉଦ୍ଧାର କରିବାକୁ କେହିବି ଯାଇନଥିଲେ । ଫଳରେ ଆଖିଆଗରେ ପାଣିରେ ବୁଡି ଚାଲିଗଲା ୩ ସାଙ୍ଗ ଜୀ ନ ।

ପରେ ପରେ ରାତି ହୋଇଯିବାରୁ ସେମାନଙ୍କୁ ଉଦ୍ଧାର କରିପାରିନଥିଲା ଉଦ୍ଧାରକାରୀ ଟିମ୍ । ପରଦିନ ମଧ୍ୟ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ବି ସେମାନଙ୍କୁ ଠିକଣା କରିପାରିନାହିଁ ଟିମ୍ ।