ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ : ଅପରାହ୍ଣରେ ଆସିବ ଅତିରିକ୍ତ ବଜେଟ

57

କନକ ବ୍ୟୁରୋ : ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ । ଏହା ଡିସେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଛି । ଅଧିବେସନର ପ୍ରଥମ ଦିନ ତଥା ଆଜି ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଆଗତ କରାଯିବ । ନଭେମ୍ବର ୩୦ ଏବଂ ଡିସେମ୍ବର ୧ ତାରିଖ ଦୁଇ ଦିନ ଧରି ଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯିବ । ଏବଂ ୨ ତାରିଖେରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ ।

ତେବେ ଦୀର୍ଘ ଅଢେଇ ବର୍ଷ ପରେ ଏହି ଅଧିବେସନରେ କୋଭିଡ କଟକଣା ମଧ୍ୟ ହଟାଇ ଦିଆଯାଇଛି । ଅର୍ଚ୍ଚନା ନାଗ ମାମଲାରେ ଏବେ ଇଡି ଖୋଳତାଡ ଚଳାଇଥିବା ବେଳେ ବହୁ ନେତାଙ୍କ ସମ୍ପୃକ୍ତି ଅଭିଯୋଗ ମଧ୍ୟ ଆସୁଛି । ତେଣୁ ଏହି ପ୍ରସଙ୍ଗକୁ ନେଇ ଏଥର ଶାସକ ବିଜେଡିକୁ ଟାର୍ଗେଟ କରିପାରନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଏହା ଛଡା ପଦ୍ମପୁର ଉପନିର୍ବାଚନ ପାଇଁ ଚାଷୀଙ୍କୁ ନେଇ ରାଜନୀତି ଜୋର ଧରିଛି ।

ଉଭୟ ବିଜେଡି ଏବଂ ବିଜେପି ପରସ୍ପରକୁ ଦୋଷ ଲଦୁଥିବା ବେଳେ ଏହି ପ୍ରସଙ୍ଗ ବିଧାନସଭା ଉଠିବ ବୋଲି ଆଶା କରାଯାଉଛି । ସେପଟେ ବିରୋଧୀଙ୍କୁ ମୁକାବିଲା କରିବାକୁ କେନ୍ଦ୍ରୀୟ ଅବହେଳାକୁ ବିଜେଡି ପ୍ରସଙ୍ଗ କରିବ ବୋଲି କୁହାଯାଉଛି । ବିରୋଧୀଙ୍କୁ ମୁକାବିଲା କରିବାକୁ ବିଜେଡି ବିଧାୟକ ଦଳର ବୈଠକ କରିଛନ୍ତି ।