ନିର୍ବାଚନ ପୂର୍ବରୁ ଇଡିକୁ ଟଣା ହେଲେ ନେତାଙ୍କ ସମ୍ପର୍କୀୟ : ଅର୍ଚ୍ଚନାଙ୍କ ଦାମୀ କାର ସଉକ ପଛର ଖୋଲିପାରେ ଗୁମର

160

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ଇଡିକୁ ଟଣାହେଲେ ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ । ଲ୍ୟାଣ୍ଡରୋଭର ସୋ-ରୁମର ମାଲିକ ଗଙ୍ଗାଧର ସାମଲ ଇଡିରେ ହାଜର ହୋଇଛନ୍ତି । ସୋ-ରୁମ୍ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଟ୍ରନ୍ସଫର ହୋଇଥିବା ସୂଚନା ମିଳିଛି । ଅର୍ଚ୍ଚନା ନାଗଙ୍କ ସହ ଟଙ୍କା କାରବାର ନେଇ ଇଡି ସୂଚନା ପାଇଛି । ତେବେ କୁହାଯାଉଛି ଅର୍ଚ୍ଚନା ଏବଂ ନେତାଙ୍କ ମଧ୍ୟରେ ଯୋଗସୂତ୍ର ପାଲଟିଥିଲେ କି ଗଙ୍ଗାଧର ?

ସେପଟେ ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା ଚଳାଇଛି ଇଡି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା କୁହାଯାଉଛି । ଆଜି ପ୍ରଡକ୍ସନ ରିମାଣ୍ଡ ଆବେଦନ ପାଇଁ ପ୍ରସ୍ତୁତି କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣି ଇଡି ଅକ୍ଷୟ ଓ ଶ୍ରଦ୍ଧାଞ୍ଜଳି ସହ ମୁହାଁମୁହିଁ ଜେରା କରିିବ । ତିନି ଜଣଙ୍କୁ ଜେରା କରିବା ପରେ ଅନେକ ଗୁମର ଖୋଲିବ ବୋଲି ସୂଚନା ରହିଛି । ଏହି ଜେରା ବେଳେ କେଉଁ ବଡ ବଡିଆ ଏହି ମାମଲାରେ ସାମିଲ ଅଛନ୍ତି ତାହା ଜଣାପଡିବ ବୋଲି କୁହାଯାଉଛି । ଏହି ମାମଲାରେ ଏବେ ଶ୍ରଦ୍ଧାଞ୍ଜଳିର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି । କାରଣ ଶ୍ରଦ୍ଧାଞ୍ଜଳି ପ୍ରଥମେ ଲକ୍ଷ୍ମୀସାଗର ଥାନାରେ ଅକ୍ଷୟ ପରିଜାଙ୍କ ନାଁରେ ଅଭିଯୋଗ କରିଥିଲେ ।