ବିବାହରେ ବାଧକ ସାଜିଲା ବନ୍ୟା, ବୋଟରେ କନ୍ୟାକୁ ମୁଖ୍ୟ ରାସ୍ତାକୁ ଆଣିଲେ ଉଦ୍ଧାରକାରୀ ଟିମ୍। 

88

କନକ ବ୍ୟୁରୋ: ବିବାହରେ ବାଧକ ସାଜିଲା ବନ୍ୟା ।  ବାଙ୍କୀ କଇଁମୁଣ୍ଡି ଗାଁରେ ପସିଗଲା ବନ୍ୟା ପାଣି । ଓଡ୍ରାଫ୍ ବୋଟ୍ରେ କନ୍ୟାକୁ ମୁଖ୍ୟ ରାସ୍ତାକୁ ଆଣିଲେ ଉଦ୍ଧାରକାରୀ ଟିମ୍ । ପୂର୍ବ ନିର୍ଦ୍ଧାରିତ ତିଥି ଅନୁସାରେ କଇଁମୁଣ୍ଡି ଗାଁର ଜଣେ ଝିଅର ଆଜି ବାହାଘର ଥିଲା । ବନ୍ୟା ପାଣିରେ ଗାଁ ଜଳମଗ୍ନ ହେବାରୁ ଓଡ୍ରାଫ ବୋଟ୍ରେ ତାଙ୍କୁ ମୁଖ୍ୟ ରାସ୍ତାକୁ ଆଣିବାକୁ ପଡ଼ିଥିଲା ।

କଇଁମୁଣ୍ଡି ଗାଁର ଶତାଧିକ ଘର ଏବେ ପାଣିଘେରରେ ଥିବା ବେଳେ ଗମନାଗମନ ପାଇଁ ଓଡ଼୍ରାଫ୍ ବୋଟ୍ ହିଁ ଏକମାତ୍ର ସାହାରା ପାଲଟିଛି । ମୁଖ୍ୟ ରାସ୍ତାରୁ ଗାଁକୁ ଆସିବା ପାଇଁ ବହୁବର୍ଷ ହେଲା ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି ଲୋକେ । ଏପର୍ଯ୍ୟନ୍ତ ପୋଲ ନିର୍ମାଣ ହେଉନଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ।