ମହାନଦୀ ବନ୍ୟା ଜଳରେ ବୁଡିଲା ସାତକୋଶିଆର ଅନେକ ଗାଁ, ଲୋକଙ୍କ ଚିନ୍ତା ବଢାଇଲା କୁମ୍ଭୀର

102

କନକ ବ୍ୟୁରୋ: ବନ୍ୟାଜଳରେ ଅନୁଗୁଳର ଗାଁ । ମହାନଦୀର ସାତକୋଶିଆ ଗଣ୍ଡ ନିକଟ ଟିକରପଡ଼ାରେ ବନ୍ୟାସ୍ଥିତି ସଙ୍ଗୀନ । ଗୋଟିଏ ପଟେ ବନ୍ୟାର ଆତଙ୍କ ଆଉ ଅନ୍ୟପଟେ ସାତକୋଶିଆ କୁମ୍ଭୀର ଭୟ । ସାତକୋଶିଆ ଗଣ୍ଡରେ ଗଭୀର ଜଳରାଶି ଧୀରେ ଧୀରେ ଗାଁକୁ ବୁଡ଼ାଉଥିବା ବେଳେ ଗଣ୍ଡର କୁମ୍ଭୀର ଆତଙ୍କ ଲୋକମାନଙ୍କୁ ଭୟଭୀତ କରିଛି ।

ଲଗାଣ ବର୍ଷାରେ ହୀରାକୁଦ ବନ୍ୟାଜଳ ଆସିବା ପରେ ସଙ୍ଗୀନ ହୋଇଛି ଅନୁଗୁଳ ଟିକରପଡ଼ା ଅଞ୍ଚଳର ବନ୍ୟାସ୍ଥିତି । ପାଣି ଭିତରେ ବୁଡ଼ି ରହିଛି ରାସ୍ତା ଡ଼ଙ୍ଗା ସାହାଯ୍ୟରେ ସୁରକ୍ଷିତ ସ୍ଥାନକୁ ଚାଲିଯିବ।। ପାଇଁ ବାଧ୍ୟ ହେଉଛନ୍ତି ଲୋକ । ଟିକରପଡ଼ା ଅଞ୍ଚଳର ୪ଟି ଗାଁ ଗଇନ୍ଦି, ବେହେରାସାହି, ମଝିପଡ଼ା, ଘାଟସାହି ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ରହିଛି । ରାସ୍ତା ଉପରେ ଚାଲିଛି ବନ୍ୟାଜଳ । ହୀରାକୁଦର ୩୪ଟି ଗେଟ ଖୋଲିବା ପରେ ଟିକରପଡ଼ାରେ ବନ୍ୟା ପରିସ୍ଥିତି । ଲୋକଙ୍କୁ ଅସୁରକ୍ଷିତ ଭାବେ ନିଜର ଦେଶୀ ଡଙ୍ଗାରେ ନିଜର ଆସବାପତ୍ର ସ୍ଥାନାନ୍ତର କରୁଛନ୍ତି ।