ଗଞ୍ଜେଇ ଧରିବାକୁ ଯାଇ ହଟହଟ୍ଟା ହେଲେ ପୋଲିସ ଓ ଅବକାରୀ ବିଭାଗ । ଛେଳି ଚୋରି କରୁଥିବା ଅଭିଯୋଗରେ ଅଟକାଇ ରଖିଲେ ଗ୍ରାମବାସୀ

375

କନକ ବ୍ୟୁରୋ: ଗଞ୍ଜେଇ ଧରିବାକୁ ଯାଇ ହଟହଟ୍ଟା ହେଲେ ପୋଲିସ ଓ ଅବକାରୀ ବିଭାଗର ଅଧିକାରୀ । ଛେଳି ଚୋରି କରୁଥିବା ଅଭିଯୋଗରେ ଅଟକାଇ ରଖିଲେ ଗ୍ରାମବାସୀ । ଉଚ୍ଚପଦସ୍ତ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଛାଡିଲେ ଗ୍ରାମବାସୀ। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ସୀମାନ୍ତରେ। ଆନ୍ଦ୍ରକୁ ଲାଗିଥିବା ସୀମାରେ, ଏହି ପଞ୍ଚାୟତର ଉମାଲପୁଟ ଓ ଡଙ୍ଗବିର ଗ୍ରାମର ଲୋକେ ସନ୍ଧ୍ୟାରେ ଗାଁରେ ପୋଲିସ ପୋଷାକରେ ଛେଳି ଚୋରି କରୁଥିବା ଅଭିଯୋଗ କରି ଗାଁକୁ ଯାଇଥିବା ଅବକାରୀ ଓ ପୋଲିସ ଟିମକୁ ମାରପିଟ କରିବା ସହ ଅବକାରୀ ଗାଡିକୁ ଭାଙ୍ଗି ଦେଇଛନ୍ତି। ତେବେ ପୋଲିସ କହୁଛି ଏହି ଗାଁ ରେ ଗଞ୍ଜେଇ ଜମା ହୋଇ ରହିଛି ତାକୁ ଧରିବାକୁ ଯାଇଥିଲୁ କିନ୍ତୁ ଗ୍ରାମବାସୀ କହୁଛନ୍ତି ଛେଳି ଗାଡ଼ିରେ ଅଛି ଆମେ ଧରିଲୁ। ହେଲେ କିଏ ସତ କହୁଛି ତାହା ପ୍ରକୃତ ତଦନ୍ତ ହେଲେ ଜଣା ପଡିବ ।