ନକଲି ଓ-ଟୁ ଔଷଧ, କଟକରୁ ବିହାର କନେକସନ୍ । ବିହାରରେ ଚଢାଉ କରି ବିପୁଳ ପରିମାଣ ନକଲି ମେଡସିନ ଜବତ କଲା ଡ୍ରଗ କଂଟ୍ରୋଲର ସ୍ପେଶାଲ ଟାକ୍ସ ଫୋର୍ସ ।

459

କନକ ବ୍ୟୁରୋ : କଟକ ନକଲି ଓ-ଟୁ ଔଷଧ ମାମଲାରେ ବଡ ସଫଳତା ପାଇଛି ରାଜ୍ୟ ଡ୍ରଗ କଂଟ୍ରୋଲର ସ୍ପେଶାଲ ଟାକ୍ସ ଫୋର୍ସ । ଟାକ୍ସ ଏହି ମାମଲା ତଦନ୍ତ କରିବା ସହ ବିହାରରେ ଚଢାଉ କରି ବିପୁଳ ପରିମାଣ ନକଲି ମେଡସିନ ଜବତ କରିଛି । ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଡ୍ରଗ କଂଟ୍ରୋଲର ପକ୍ଷରୁ କୁହାଯାଇଛି ।

କିନ୍ତୁ ଏହି କାରବାରର ମୁଖ୍ୟ ଅଭିଯୁକ୍ତ ବିହାର ମୁର୍ଜାଫାନଗରର ମନୀଷ କୁମାର ଏବେବି ଫେରାର ଅଛନ୍ତି । ତାଙ୍କ ମେଡିସିନ୍ ଗୋଦାମରେ ଚଢାଉ କରି ସ୍ପେଶାଲ ଟାକ୍ସ ଫୋର୍ସ ନକଲି ମେଡିସିନ୍ ଜବତ କରିଛି । କିଛି ସପ୍ତାହ ପୂର୍ବରୁ କଟକର ଏକ ଔଷଧ ଦୋକାନରୁ ଝାଡା ନିୟନ୍ତ୍ରଣ ପାଇଁ ବ୍ୟବହାର କରଯାଉଥିବା ନକଲି ଓ-୨ ମେଡିସନ୍ ଜବତ କରାଯାଇଥିଲା । ପରେ ମାମଲାର ତଦନ୍ତ କରି ଏହାର ଚେର ବିହାର ଯାଏ ଲମ୍ବିଥିବା ସୂଚନା ମିଳିଛି ।