ନିର୍ବାଚନ ବେଳେ ହିଂସା । ଟିଟିଲାଗଡ଼ ବିଜେପି ବିଧାନସଭା ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ ।

248

କନକ ବ୍ୟୁରୋ: ଟିଟିଲାଗଡ଼ ଡୁଙ୍ଗୁରିପାଲି ପଂଚାୟତର ତେଣ୍ଡିପାଲି ଗାଁରେ ନିର୍ବାଚନୀ ହିଂସା । ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ସେହିପରି ତାଙ୍କ ସହଯୋଗୀ ଡୋଳାମଣି ବସ୍ତିଆ ଓ ଲବେନ୍ଦ୍ରଙ୍କୁ ଆକ୍ରମଣ କରି ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଏହା ପରେ ନବୀନ ଜୈନଙ୍କ ସମର୍ଥକମାନେ ଥାନା ଘେରାଉ କରିଛନ୍ତି । ନବୀନ ଜୈନ ନିର୍ବାଚନ ପ୍ରଚାରରେ ଡୁଙ୍ଗୁରିପାଲି ଯାଇ ସମର୍ଥକଙ୍କ ସହ ଫେରୁଥିଲେ । ଏହି ସମୟରେ କିଛି ଯୁବକ ତାଙ୍କ ଗାଡିକୁ ଅଟକାଇ ମାଡ଼ ମାରିବା ସହ ଡୋଳାମଣି ଓ ଲବେନ୍ଦ୍ରଙ୍କୁ ନେଇଯାଇଥିବା ଅଭିଯୋଗ ହୋଇଛି ।