‘କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ରହିଲେ, ହେଲେ ସମ୍ବଲପୁରରେ ଗୋଟେ ବି ଶିକ୍ଷାନୁଷ୍ଠାନ କରିପାରିଲେନି …’ : ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ ।

120

କନକ ବ୍ୟୁରୋ: ସମ୍ବଲପୁର ପ୍ରଚାର ବେଳେ ଗୋଟେ ଗୋଟେ ପ୍ରଶ୍ନ ପଚାରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘାଇଲା କରିବାକୁ ଚେଷ୍ଟା କରିଛନ୍ତି ଭି କେ ପାଣ୍ଡିଆନ୍ । କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରର ସବୁ ହାଇସ୍କୁଲକୁ ଫାଇଭ ଟିରେ ରୂପାନ୍ତରଣ କରିଛନ୍ତି, ନୂଆ ନୂଆ ସ୍କୁଲ , କଲେଜ କରିଛନ୍ତି । କିନ୍ତୁ ନିଜକୁ ଏଇ ମାଟିର ପୁଅ କହୁଥିବା କେନ୍ଦ୍ରମନ୍ତ୍ରୀ କେନ୍ଦ୍ରରେ ଶିକ୍ଷା ମନ୍ତ୍ରୀ ଅଛନ୍ତି ହେଲେ ସମ୍ବଲପୁରରେ ଗୋଟିଏ ବି ଶିକ୍ଷାନୁଷ୍ଠାନ କରିଛନ୍ତି କି?… ବୋଲି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି ପାଣ୍ଡିଆନ୍ ।

‘କେନ୍ଦ୍ରରେ ଶିକ୍ଷାନୁଷ୍ଠାନ ଥାଇ ବି ସମ୍ବଲପୁରରେ ନା କୌଣସି କେନ୍ଦ୍ରୀୟ ବିଦ୍ୟାଳୟ ନା ଗୋଟେ ବି ଜବାହର ନବୋଦୟ ବିଦ୍ୟାଳୟ କରିପାରିଲେନି କେନ୍ଦ୍ରମନ୍ତ୍ରୀ । ସମ୍ବଲପୁର ପ୍ରତି କାହିଁକି ଏତେ ବଡ ଅବହେଳା କଲେ , ଏ ପ୍ରଶ୍ନର ଉତ୍ତର ଦିଅନ୍ତୁ କେନ୍ଦ୍ରମନ୍ତ୍ରୀ…’ ବୋଲି ପ୍ରଶ୍ନ ପଚାରିଛନ୍ତି ପାଣ୍ଡିଆନ୍ ।