ବାରିପଦା ସହରରେ ବାଘ ଆତଙ୍କ । ସ୍ଥାନୀୟ ଅଞ୍ଚଳରେ ଆତଙ୍କ । ବାଘକୁ ଧରିବା ପାଇଁ ବନବିଭାଗର ଉଦ୍ୟମ ।

55

କନକ ବ୍ୟୁରୋ: ବାରିପଦା ସହରରେ କଲରାପତରିଆ ବାଘ ଆତଙ୍କ । ଆଜି ସକାଳୁ ଭଞ୍ଜପୁର ବୁଢ଼ିଖମାରୀ ଅଞ୍ଚଳରେ କିଛି ଲୋକ କଲରାପତରିଆ ବାଘକୁ ଦେଖିଥିବା କହିଛନ୍ତି । ପାଚେରୀ ଡେଇଁ ବାଡ଼ିବୁଦାରେ ଲୁଚି ରହିଥିବା ସନ୍ଦେହ ସ୍ଥାନୀୟ ଅଞ୍ଚଳରେ ଭୟ ଖେଳିଯାଇଛି । ଗତ ବୁଧବାର ଦିନ ଶିମିଳିପାଳରୁ ଦିଗହରା ହୋଇ ଏକ କଲରାପତରିଆ ବାଘ ଶ୍ୟାମାଖୁଣ୍ଟ ବ୍ଲକ ଜଗନ୍ନାଥପୁର ଅଞ୍ଚଳକୁ ପଶି ଆସିଥିଲା । ବନବିଭାଗ ପକ୍ଷରୁ ବାଘକୁ ଧରିବା ପାଇଁ ଉଦ୍ୟମ ଚାଲିଛି । ତେବେ ଆଜି ବାରିପଦା ସହରରେ ଏକ କଲରାପତରିଆ ବାଘ ଦେଖାଦେଇଥିବା ବେଳେ ସେହି ବାଘ ହୋଇଥିବା ସନ୍ଦେହ କରାଯାଉଛି ।