ଖଲ୍ଲିକୋଟରେ ନିର୍ବାଚନୀ ହିଂସା । ପୋଷ୍ଟର ମାରିବାକୁ ନେଇ ବିଜେଡି-ବିଜେପି କର୍ମୀ ହଣାହଣି । ଉଭୟ ପକ୍ଷର ୮ ଆହତ, ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ

1,488

କନକ ବ୍ୟୁରୋ : ଖଲ୍ଲିକୋଟରେ ରାଜନୈତିକ ହିଂସା । ବିଜେପି ଓ ବିଜେଡି କର୍ମୀ ହଣାହଣି ହୋଇଛନ୍ତି । ପୋଷ୍ଟର ମାରିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଉଭୟ ପକ୍ଷର ୮ଜଣ ଗୁରୁତର ଆହତ ହୋଇଛନ୍ତି ।

ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଚିକିତ୍ସାଧିନ ଅବସ୍ଥାରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାହାକୁ ନେଇ ଖଲ୍ଲିକୋଟରେ ତୀବ୍ର ଉତେଜନା ସୃଷ୍ଟି ହୋଇଛି । ଏନେଇ ବିଜେପି ପକ୍ଷରୁ ଥାନା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ତେବେ ସେ ନ ଶୁଣିବାରୁ ଗଂଜାମ ଏସପିଙ୍କୁ ଭିଡିଓ କଲ କରି ଅଭିଯୋଗ କରିଥିବା ସୂଚନା ମିଳିଛି ।