କଂଗ୍ରେସ ନେତା ଓ କର୍ମୀଙ୍କ ସହ ପୋଲିସର ଧସ୍ତାଧସ୍ତି । ପିସିସି ସଭାପତି ଓ ବିଧାୟକ ସୁର ରାଉତରାୟଙ୍କୁ ଉଠାଇ ନେଲା ପୋଲିସ

609

କନକ ବ୍ୟୁରୋ : କଂଗ୍ରେସ ନେତା ଓ କର୍ମୀଙ୍କ ସହ ପୋଲିସର ଧସ୍ତାଧସ୍ତି । ବିଧାନସଭାରେ ଘେରାଉ କରିବାକୁ ଯିବାବେଳେ ପୋଲିସ ସହ ଏଜି ଛକରେ ଧସ୍ତାଧସ୍ତି ହୋଇଛି । ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦକୁ ବିରୋଧ କରି କଂଗ୍ରେସର ଅନୁସୂଚିତ ଜାତି, ଜନଜାତି, ଓବିସି ଓ ପଛୁଆ ବର୍ଗ ଭଳି ଛାମୁଆ ସଂଗଠନ ପକ୍ଷରୁ, ବିକ୍ଷୋଭ କରୁଥିଲେ ।

ଧସ୍ତାଧସ୍ତି ପରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ବିଧାୟକ ସୁର ରାଉତରାୟଙ୍କୁ ଉଠାଇ ନେଇଛି ପୋଲିସ । ମୋଦୀ ସାଂଗିଆକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ଏକ ବୟାନକୁ ନେଇ ତାଙ୍କୁ ସୁରତ କୋର୍ଟ ୨ବର୍ଷ ଦଣ୍ଡାଦେଶ ଦେଇଥିଲେ । ଦଣ୍ଡାଦେଶ ପରେ ରାହୁଲଙ୍କ ସାଂସଦ ପଦକୁ ରଦ୍ଦ ହୋଇଛି । ଯାହାକୁ ଅଗଣତାନ୍ତ୍ରିକ କହି ବିରୋଧ କରୁଛି କଂଗ୍ରେସ । କେନ୍ଦ୍ରରେ ଶାସନରେ ଥିବା ମୋଦୀ ସରକାର ଜାଣିଶୁଣି ରାହୁଲଙ୍କୁ ଫଶାଇଥିବା ଅଭିଯୋଗ କରି ଆସୁଛି ଦଳ ।