ନିର୍ବାଚନୀ ଇସ୍ତାହାରକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ । ଦଳର ସୁଚନା ଅନ୍ୟ ରାଜ୍ୟ ତୁଳନାରେ ଦ୍ରୁତ ଗତିରେ ବଢ଼ୁଛି ଚାଷୀଙ୍କ ଆୟ । ମାଗଣା ବିଦ୍ୟୁତ ଯୋଗାଇ ଦେବାକୁ ଇସ୍ତାହାରରେ କରାଯାଇଛି ଘୋଷଣା

126

କନକବ୍ୟୁରୋ: ବିଜେଡି ନିର୍ବାଚନୀ ଇସ୍ତାହାରକୁ ନେଇ ସାମ୍ବାଦିକ ସମ୍ମିଳନୀ । ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ଘୋଷଣା ପତ୍ରରେ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର କୃଷି ବଜେଟ୍ ବ୍ୟବସ୍ଥା କରାଯାଇଛି । ବିଗତ ବର୍ଷ ମାନଙ୍କରେ ଚାଷୀ ଓ ଚାଷ ପାଇଁ କଣ କଣ କରାଯାଇଛି, ଏବଂ ୨୪ରେ ପୁଣି ଥରେ ସରକାର ଆସିଲେ କଣ କଣ କରାଯିବ, ସେ ସଂପର୍କରେ ସୂଚନା ଦେଇଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । କହିଛନ୍ତି କୃଷକଙ୍କ ଆୟ ଦ୍ୱିଗୁଣିତ କରାଯାଇଛି । ସ୍ୱତନ୍ତ୍ର କୃଷି ବଜେଟ୍ କରାଯାଇ, ବର୍ତମାନ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

କାଳିଆ ଯୋଜନାରେ ୬୪ ଲକ୍ଷ ଚାଷୀ ସହାୟତା ରାଶି ପାଇଛନ୍ତି । ୪ ବର୍ଷରେ ଚାଷୀଙ୍କୁ ବିନା ସୁଧରେ ୧ କୋଟି ୪୫ ଲକ୍ଷ କୃଷି ଋଣ ନେଇ ପାରିଛନ୍ତି । ଗତ ୫ ବର୍ଷରେ ୨୦ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ ହୋଇପାରିଛି । ଆଗାମୀ ୧୦ ବର୍ଷରେ ୨୦ ଲକ୍ଷ ହେକ୍ଟର ଜଳସେଚନ କରାଯିବ, ଚାଷୀଙ୍କୁ ମାଗଣା ବିଦ୍ୟୁତ୍ ଯୋଗାଇ ଦିଆଯିବ ବୋଲି ବିଜେଡି ଇସ୍ତାହାରରେ ଘୋଷଣା କରାଯାଇଛି । ମଣ୍ଡି ବ୍ୟବସ୍ଥାରେ ସୁଧାର ପାଇଁ ଆର୍ଥିକ ବ୍ୟବରାଦ କରାଯାଇଛି, ଚାଷୀଙ୍କ ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା ସହାୟତା ଦେବାର ବ୍ୟବସ୍ଥା କରାଯାଇଥିବା ବିଜେଡି ଇସ୍ତାହାର କମିଟି ସଦସ୍ୟ ତଥା ବିଜେଡି ସାଂସଦ ଅମର ପଟ୍ଟନାୟକ ।