୧୯ ତାରିଖରେ ପୁଣି ଓଡିଶା ଆସିବେ ମୋଦୀ: ୨୦ ତାରିଖରେ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ, ବଡଦାଣ୍ଡରେ ରୋଡ ଶୋ’ କରିବେ

328

କନକ ବ୍ୟୁରୋ: ୧୯ ତାରିଖରେ ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ଘଣ୍ଟା ରହିବେ । ରାଜ୍ୟ ବିଜେପି ନେତା ଓ କର୍ମକର୍ତ୍ତାଙ୍କ ସହ କରିବେ ଆଲୋଚନା । ୨୦ ତାରିଖରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ କରିବେ ଦର୍ଶନ । ପୁରୀ ବଡ ଦାଣ୍ଡରେ କରିବେ ରୋଡ ଶୋ’ । ପରେ ଅନୁଗୁଳ ଓ କଟକରେ ଜନସଭାରେ ଯୋଗଦେବେ ।

ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସିଥିଲେ । ଭୁବନେଶ୍ୱରରେ ପହଞ୍ଚି ରୋଡ ଶୋ କରିଥିଲେ । ଆଉ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ । ରାଜ୍ୟରେ ନିର୍ବାଚନ ଚାଲିଥିଲା ବେଳେ ଏବେ ଓଡିଶା ମୁହାଁ ହୋଇଛନ୍ତି କେନ୍ଦ୍ର ନେତୃତ୍ୱ । ପ୍ରଧାନମନ୍ତ୍ରୀଙ୍କ ଛଡା ଅମିତ ଶାହା, ଛତିଶଗଡ ମୁଖ୍ୟମନ୍ତ୍ରୀ, ଆସାମ ମୁଖ୍ୟମନ୍ତ୍ରୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବି ଓଡିଶା ଆସିସାରିଛନ୍ତି ।