ଦେଶରେ ବଢୁଛି କରୋନାର ଆକ୍ଟିଭ ମାମଲା । ଜାଣନ୍ତୁ ଗତ ୨୪ ଗଣ୍ଟାରେ ଚିହ୍ନଟ ହୋଇଛନ୍ତି କେତେ?

138

କନକ ବ୍ୟୁରୋ : ଦେଶରେ କରୋନା ଆକ୍ଟିଭ ମାମଲା ଲଗାତର ବଢ଼ୁଛି । ଗତ ୨୪ ଘଂଟା ଭିତରେ ଦେଶରେ ୩ହଜାର ୮୨୪ ନୂଆ ମାମଲା ଚିହ୍ନଟ ହୋଇଛି । ଏହା ଚଳିତବର୍ଷ ଗୋଟିଏ ଦିନରେ ସର୍ବାଧିକ ମାମଲା ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟରୁ ଜଣାପଡ଼ିଛି । ଗତକାଲି ୨ହଜାର ୯୯୪ ମାମଲା ଚିହ୍ନଟ ହୋଇଥିବା ବେଳେ ରବିବାର ଏଥିରେ ୨୭ ପ୍ରତିଶତ ବୃଦ୍ଧି ହୋଇଛି ।

ଏବେ ଦେଶରେ ଆକ୍ଟିଭ ଆକ୍ରାନ୍ତଙ୍କ ସଂଖ୍ୟା ୧୮ହଜାର ୩୮୯ରେ ପହଂଚିଯାଇଛି । ଦେଶରେ ଏଚ୩ଏନ୨ ଇନଫ୍ଲ୍ୟୁଏଞ୍ଜା ମାମଲା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଦେଶରେ ବର୍ତମାନ ପଜିଟିଭିଟି ହାର ଶୂନ ପ୍ରତିଶତ ୦୪ ରହିଥିବା ବେଳେ ରିକଭରୀ ହାର ୯୮ ଦଶମିକ ୭୭ ପ୍ରତିଶତ ରହିଛି । ଗତ ୨୪ ଘଂଟା ଭିତରେ ୪ଜଣଙ୍କ କରୋନାଜନିତ ମୃତ୍ୟୁ ହୋଇଛି । ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଓ କେରଳରୁ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାରି ଭିତରେ ତାମିଲନାଡୁ ଭଳି ରାଜ୍ୟରେ ମାସ୍କକୁ ପୁଣି ବାଧ୍ୟତାମୂଳକ କରାଯାଇଚି । କେନ୍ଦ୍ର ନିକଟରେ ଆଡଭାଇଜରି ଜାରି କରି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡ଼ିକୁ ଟେଷ୍ଟିଂ ଓ ଟିକାକରଣ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଥିଲେ ।