ବଢୁଛି ହରଡ ଡାଲି ଦର । କିଲୋ ପିଛା ୧୫୦ ଟଙ୍କା ଟପିବା ନେଇ ଆଶଙ୍କା

850

କନକ ବ୍ୟୁରୋ : ୧୫୦ ଟଙ୍କା ଟପିବ ହରଡ ଡାଲି କିଲୋ । ଭାରତରେ ଉତ୍ପାଦନ ହେଉଥିବା ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଛତିଶଗଡରେ ହରଡ ଓ ବୁଟ ଫସଲ ପ୍ରଭାବିତ ହେବା ପରେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି । ଅଦିନିଆ ବର୍ଷା ଓ ପୋକ ଲାଗିଯାଇଥିବାରୁ ଫସଲ ପ୍ରଭାବିତ ହୋଇଛି । ତେଣୁ ଭାରତୀୟ ଡାଲି ବ୍ୟବସାୟୀ ଏବେ ମିଆଁମାର, ବାଙ୍ଗାଦେଶ, ଦକ୍ଷିଣ ଆଫ୍ରିକା ଉପରେ ନିର୍ଭର କରୁଛନ୍ତି ।
ଏବେ ହରଡ ଡାଲି କିଲୋ ୧୧୧ରୁ ୧୨୦ ଟଙ୍କା ଅଛି । କିନ୍ତୂୁ ଏହା ୧୫୦ ଟଙ୍କା ଛୁଇଁବ ବୋଲି ବ୍ୟବସାୟୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ବିଦେଶରେ ଡାଲି ଆମଦାନୀ କରଯାଉଥିବା ବେଳେ ଏହାର ପ୍ରଭାବ ଡାଲି ମୂଲ୍ୟ ଉପରେ ମଧ୍ୟ ପଡିବ ବୋଲି ଆଶଙ୍କା କରାଯାଉଛି । ଓଡ଼ିଶାର ସବୁଠୁ ଅଧିକ ଆମଦାନୀ କରୁଥିବା ମାଲଗୋଦାମ ଡାଲି ବ୍ୟବସାୟୀ ସଂଘ ପୂର୍ବରୂ ହରଡ ଓ ବୁଟ ଡାଲି ଉତରପ୍ରଦେଶର କାନପୁର ଓ ଆନ୍ଧ୍ରପ୍ରଦେଶରୁ ଆମଦାନୀ କରୁଥିଲେ । କିନ୍ତୁ ଗତ ୧୫ ବର୍ଷ ହେବ ଛତିଶଗଡ, ମହାରାଷ୍ଟ୍ରର ନାଗପୁରରୁ ଡାଲି ଆମଦାନୀ କରିଛନ୍ତି ବ୍ୟବସାୟୀ । ଦୈନିକ ମାଲଗୋଦାମକୁ ୨୦୦ ଟନ୍ ହରଡ ଓ ବୁଟ ଡାଲି ଆମଦାନୀ କରଯାଉଛି ।