ଇଂରାଜୀ ଭାଷା ନିଷିଦ୍ଧ କରିବାକୁ ବିଲ୍ ପ୍ରସ୍ତୁତ କଲେ ଇଟାଲୀ ସରକାର । ନିୟମ ଭଙ୍ଗ କଲେ ୯୦ ଲକ୍ଷ ଟଙ୍କା ଜରିମାନ

215

କନକ ବ୍ୟୁରୋ : ଯୋଗାଯୋଗ ମାଧ୍ୟମ ଭାବେ ଇଂରାଜୀକୁ ଏବେ ବିଶ୍ୱର ଭାଷା ଭାବେ ଗଣାଯାଉଛି । ଇଂରାଜୀ ନଜାଣିଲେ ଆମ ଦେଶ ଅବା ରାଜ୍ୟରେ ଲୋକଙ୍କୁ ଅଜ୍ଞ ବୋଲି ଭାବନ୍ତି । କିନ୍ତୁ ଇଟାଲୀ ଭଳି ବିକଶିତ ଦେଶରେ ଇଂରାଜୀ ଭାଷାକୁ ନିସିଦ୍ଧ କରିବାକୁ ଆଇନ ଆଣିବାକୁ ପ୍ରସ୍ତାବ ଦିଆଯାଇଛି । ଉଭୟ ସରକାର ଏବଂ ବେସରକାରୀ କ୍ଷେତ୍ରରେ ଇଂରାଜୀର ବ୍ୟବହାର ହୋଇପାରିବନାହିଁ । ଯଦି କେହି ନିୟମର ଉଲଙ୍ଘନ କରେ ସମ୍ପୃକ୍ତ ସଂସ୍ଥା ଜରିମାନା ଦେବାକୁ ଆଇନରେ ଉଲ୍ଲେଖ ରହିଛି । ତେବେ ନୂଆ ଟେକ୍ନୋଲୋଜି ଆସିଥିବା ‘ଚାଟଜିପିଟି’କୁ ସାମୟିକ ପାଇଁ ବ୍ୟାନ କରିବା ପରେ ଇଂରାଜୀ ବ୍ୟାନ ପାଇଁ ପ୍ରସ୍ତାବ ଦିଆଯାଇଛି । ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଦଳ ଏଭଳି ଆଇନ ଆଣିବାକୁ ବିଲ ପ୍ରସ୍ତୁତ କରିଛି । ତେଣୁ ଏହି ବିଲକୁ ମଞ୍ଜୁରୀ ମିଳିବାରେ କୌଣସି ଅସୁବିଧା ହେବ ନାହିଁ ।

ଇଟାଲିରେ ଇଂରାଜୀ ବ୍ୟାନ
ଇଂରାଜୀ ଭାଷାକୁ ନିସିଦ୍ଧ କରିବାକୁ ଆଇନ ଆଣିବାକୁ ପ୍ରସ୍ତାବ
ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଦଳ ଏଭଳି ବିଲ ପ୍ରସ୍ତୁତ କରିଛି
ଉଭୟ ସରକାର ଏବଂ ବେସରକାରୀ କ୍ଷେତ୍ରରେ ଇଂରାଜୀର ବ୍ୟବହାର ହୋଇପାରିବ ନାହିଁ
ଇଂରାଜୀ ସମେତ ବିଦେଶୀ ଭାଷା ଓ ଶବ୍ଦକୁ ନିଷିଦ୍ଧ କରିିବାକୁ ପ୍ରସ୍ତାବ
ନିୟମର ଉଲଙ୍ଘନ କଲେ ସମ୍ପୃକ୍ତ ସଂସ୍ଥା ଜରିମାନା ଦେବ
ଜରିମାନା ଆକାରରେ ପ୍ରାୟ ୧୦ ଲକ୍ଷ ଟଙ୍କାର ଦେବାକୁ ପଡିବ
ଏଆଇ ‘ଚାଟଜିପିଟି’କୁ ସାମୟିକ ପାଇଁ ବ୍ୟାନ ପରେ ଇଂରାଜୀ ନିସିଦ୍ଧ କରିବାକୁ ପ୍ରସ୍ତାବ ଆସିଛି
ଇଟାଲି ସଂସଦର ଉଭୟ ଗୃହରେ ବିଲ ପାସ ହେବା ପରେ ଆଇନରେ ପରିଣତ ହେବ
ଚାକିରି ସମ୍ବଦ୍ଧିତ ଦରଖାସ୍ତର ନାମ ଆଦି ଇଟାଲୀୟ ଭାଷା ବ୍ୟବହାର କରାଯିବ
ଇଂରାଜୀ ଯୋଗୁ ଇଟାଲୀୟ ଭାଷାର ଉନ୍ନତିର ବାଧା ସୃଷ୍ଟି ହେଉଛି
ଇଟାଲି ଭାଷାର ସୁରକ୍ଷା ଏବଂ ପ୍ରସାର ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି
କିନ୍ତୁ ଏହି ବିଲକୁ ବିରୋଧୀ ଦଳ ବିରୋଧ କରିଛନ୍ତିି
ଏହାଦ୍ୱାରା ଆନ୍ତର୍ଜାତୀୟ ସ୍ତରରେ ଦେଶର ଛବି ମଳିନ ହେବ ବୋଲି କହିଛନ୍ତି ବିରୋଧୀ