ରାଜ୍ୟରେ ଶେଷ ହେଲା ଠିକା ନିଯୁକ୍ତିର ଯୁଗ । ସ୍ଥାୟୀ ହେବେ ୫୭ ହଜାର କର୍ମଚାରୀ, ଆଜି ବିଦ୍ଧିବଦ୍ଧ ଭାବେ ପ୍ରକାଶ ପାଇବ ବିଜ୍ଞପ୍ତି

178

କନକ ବ୍ୟୁରୋ : ରାଜ୍ୟରେ ଉଠିଲା ଚୁକ୍ତି ଭିତିକ ନିଯୁକ୍ତି ପ୍ରଥା । ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଏହାକୁ ରାଜ୍ୟବାସୀଙ୍କ ପାଇଁ ଦୀପାବଳୀ ଭେଟି କହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ କ୍ୟାବିନେଟ ଚୁକ୍ତିଭିତିକ ନିଯୁକ୍ତି ବ୍ୟବସ୍ଥାକୁ ସବୁଦିନ ପାଇଁ ଉଛେଦ କରିବାକୁ ନିଷ୍ପତି ନେଇଥିବାକୁ କହିଛନ୍ତି । ଏବେ ବି ଅନେକ ରାଜ୍ୟରେ ନିୟମିତ ନିଯୁକ୍ତି ବନ୍ଦ ଅଛି । ଚୁକ୍ତିଭିତିକ ନିଯୁକ୍ତି ଚାଲିଛି । କିନ୍ତୁ ଓଡିଶାରେ ଚୁକ୍ତିିଭିତିକ ନିଯୁକ୍ତିର ଯୁଗ ଶେଷ ହୋଇଛି । ସବୁ ଚୁକ୍ତିଭିତିକ ନିଯୁକ୍ତି ନିୟମିତ ହେବ । ବହୁ ଦିନ ଧରି ଏହି ଶୁଭ ଦିନକୁ ଅପେକ୍ଷା କରିଥଲି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଆଜି ଏନେଇ ବିିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ । ଏଥିପାଇଁ ରାଜ୍ୟ ବଜେଟରୁ ଆଉ ହାରାହାରି ୧୩ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ସେମାନଙ୍କ ପରିବାର ପାଇଁ ଏହା ଆଗୁଆ ଦୀପାବଳୀ ଭେଟି ବୋଲି କହିଛନ୍ତି ନବୀନ ।
ଏଥିସହ ସରକାରୀ କର୍ମଚାରୀମାନଙ୍କୁ ଭଲ କାମ କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦାୟିିତ୍ୱପାଳନ ବେଳେ ୫ଟି ଉପକ୍ରମ – ଟିମ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପ୍ୟାରେନ୍ସି ଓ ଟ୍ରାନ୍ସଫରମେସନକୁ ଅନୁସରଣ କରିବାକୁ କହିଛନ୍ତି ନବୀନ । ଏଥିସହ ସେ କ୍ଷମତାକୁ ଆସିବା ସମୟରେ ରାଜ୍ୟର ଆର୍ଥିକ ସ୍ଥିତି କେମିତି ଥିଲା, କାହିଁକି ଚୁକ୍ତି ଭିତିକ ନିଯୁକ୍ତି ଆରମ୍ଭ କରିଥିଲେ ତାହା ଗୋଟି ଗୋଟି କରି ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ବିଜେପି କହିଛି ୨୦୧୩ରେ ନିଜେ ନେଇଥିବା ଭୁଲକୁ ସ୍ୱୀକାର କରି କିଛି ସମାଧାନର ପ୍ରୟାସ କରାଯାଇଛି । ଓଡ଼ିଶାରେ ପଞ୍ଜିକୃତ ୮ ଲକ୍ଷ ୮୦ ହଜାର ଶିକ୍ଷିତ ଯୁବପିଢିଙ୍କୁ କେବେ ନିଯୁକ୍ତି ମିଳିବ ବୋଲି ପ୍ରଶ୍ନ କରିଛନ୍ତିି ବିଜେପି ନେତା ଜୟ ନାରାୟଣ ମିଶ୍ର ।

ଚୁକ୍ତି ଭିତିକ ନିଯୁକ୍ତି ପ୍ରଥା ଉଠିବା ପରେ ଠିକା ଚାକିରୀ କରିଥିବା କର୍ମଚାରୀଙ୍କ ପକ୍ଷରୁ ଉତ୍ସବ ମନା ଯାଇଛି । ଶହ ଶହ ସଂଖ୍ୟାରେ ଠିକା କର୍ମଚାରୀ ଭୁବନେଶ୍ୱରରେ ଏକାଠି ହୋଇ ବାଜା ବଜାଇ ବାଣ ଫୁଟାଇ, ପରସ୍ପରକୁ ମିଠା ଖୁଆଇ ରାଜ୍ୟ ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି ।