ବଢ଼ିଲା ମେୟରଙ୍କ ଦରମା: ଥିଲା ୮ ହଜାର, ହେଲା ୫୦ହଜାର

730

କନକ ବ୍ୟୁରୋ: ବଢିଲା ମେୟରଙ୍କ ଦରମା । ରାଜ୍ୟର ୫ଟି ମହାନଗର ନିଗମର ମାସିକ ଦରମା ୮ ହଜାର ଟଂକାରୁ ବୃଦ୍ଧି ପାଇ ୫୦ ହଜାର ଟଂକା ହୋଇଛି । ସେହିପରି ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞପିତ ଅଂଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ଦରମା ଓ ଭତା ବଢାଇବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଦରମା ବୃଦ୍ଧି କାମ କରିବା ପାଇଁ ମନବୋଳ ବୃଦ୍ଧି କରିବ ବୋଲି ନେତା କହିଛନ୍ତି ।

ମେୟରଙ୍କ ଦରମା ବଢ଼ି ନିଷ୍ପତି ଆସିବା ପରେ କିଛି ଏଭଳି ମନ୍ତବ୍ୟ ରଖିଛନ୍ତି ରାଜ୍ୟର ତିନି ପ୍ରମୁଖ ମହାନଗର ନିଗମର ମେୟାର । ନିଷ୍ପତିକୁ ସ୍ୱାଗତ ଜଣାଇବା ସହ ନଗରର ବିକାଶ ଦିଗରେ ମେୟରଙ୍କ ମନୋବଳ ବଢ଼ାଇବ ବୋଲି କହିଛନ୍ତି ।-

ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞପିତ ଅଂଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉଁସିଲରଙ୍କ ଦରମା ଓ ଭତା ବଢାଇବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ନଜର ପକାନ୍ତୁ କାହାର କେତେ ଦରମା ବଢ଼ିଛି ।

– ମେୟରଙ୍କ ଦରମା ଥିଲା ୮ ହଜାର ଏବେ ପାଇବେ ୫୦ ହଜାର ଟଙ୍କା
– ଡେପୁଟି ମେୟରଙ୍କ ଦରମା ୫ ହଜାରରୁ ହେଲା ୨୦ ହଜାର
– ପୌର ପରିଷଦ ଅଧ୍ୟକ୍ଷଙ୍କ ମାସିକ ଦରମା ୧୫ ଶହରୁ ହେଲା ୧୫ ହଜାର ଟଙ୍କା
– ପୌର ପରିଷଦ ଉପାଧ୍ୟକ୍ଷଙ୍କ ଦରମା ୧୨ଶହରୁ ୧୦ହଜରା ଟଙ୍କାକୁ ବୃଦ୍ଧି
– ଏନ୍ଏସି ଅଧ୍ୟକ୍ଷଙ୍କ ମାସିକ ଦରମା ୧ ହଜାର ଟଙ୍କାରୁ ବଢ଼ି ହେଲା ୧୦ହଜାର ଟଙ୍କା
– ଏନ୍ଏସି ଉପାଧ୍ୟକ୍ଷଙ୍କ ଦରମା ୮ଶହ ଟଙ୍କାରୁ ୭,୫୦୦ ଟଙ୍କାକୁ ବୃଦ୍ଧି
– ପ୍ରତି ବୈଠକ ପାଇଁ କର୍ପୋରେଟରଙ୍କ ଭତ୍ତା ୭ଶହ ଟଙ୍କାକୁ ୨ ହଜାର ଟଙ୍କାକୁ ବୃଦ୍ଧି
– ପୌର ପରିଷଦ ଓ ଏନ୍ଏସିର କାଉଁସିଲରଙ୍କ ଭତ୍ତା ୧୫୦ ଟଙ୍କାରୁ ବଢ଼ି ହେଲା ୫୦୦ ଟଙ୍କା

ସେହିପରି ମୃତ୍ୟୁ ଏବଂ ଅକ୍ଷମତା କ୍ଷେତ୍ରରେ ମିଳିବ ଅନୁକମ୍ପା ମୂଳକ ରାଶି । ବର୍ତମାନ ରାଜ୍ୟର ବିଭିନ୍ନ ମୁନସିପାଲଟି ଓ ଏନ୍ଏସିରେ ୧୬୯୬ କାଉଁସିଲର ଏବଂ ମହାନଗର ନିଗମରେ ୨୪୪ଜଣ କର୍ପୋରେଟର ନିର୍ବାଚିତ ହୋଇ କାମ କରୁଛନ୍ତି ।