ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ପଦ୍ମ ବିଜେତାଙ୍କୁ ମିଳିବ ମାସିକ ୨୫ ହଜାର ଟଙ୍କା

134

କନକ ବ୍ୟୁରୋ: କେନ୍ଦ୍ର ଦେଲା ସମ୍ମାନ । ରାଜ୍ୟ ଦେବ ଅର୍ଥ । ପଦ୍ମ ବିଜେତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ କରିଛନ୍ତି ଆର୍ଥିକ ଘୋଷଣା । ଏଣିକି ପଦ୍ମ ବିଜେତାଙ୍କୁ ମାସକୁ ମିଳିବ ୨୫ ହଜାର ଟଙ୍କା । ଆସନ୍ତା ଏପ୍ରିଲ ମାସରୁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦ୍ମ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ । ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ୱିତ କରିଥିବା ବ୍ୟକ୍ତିଙ୍କୁ ଏହି ସମ୍ମାନ ମିଳିଥାଏ । ପଦ୍ମ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ ଦ୍ୱାରା ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି ।

ପଦ୍ମ ପୁରସ୍କାର ହେଉଛି ଦେଶର ବେସାମରିକ ସମ୍ମାନ । ବିଭିନ୍ନ କ୍ଷେତ୍ରରେ କୃତ୍ୱିତ୍ୱ ହାସଲ କରିଥିବା ବ୍ୟକ୍ତିିବିଶେଷଙ୍କୁ ପଦ୍ମପୁରସ୍କାରରେ ସମ୍ମାନିତ କରାଯାଇଥାଏ । ରାଜ୍ୟରେ ଏହି ସମ୍ମାନ ପାଇଥିବା ବ୍ୟକ୍ତିବିଶେଷଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ସମାଜକୁ ସେମାନଙ୍କ ବଳିଷ୍ଠ ଅବଦାନର ସ୍ୱୀକୃତି ସ୍ୱରୂପ ସେମାନଙ୍କୁ ମାସକୁ ୨୫ ହଜାର ଟଙ୍କା ଲେଖାଁଏ ମିଳିବ । ଚଳିତବର୍ଷ ଏପ୍ରିଲ ମାସ ଠାରୁ ଏହି ସମ୍ମାନ ରାଶି ଦିଆଯିବ । ରାଜ୍ୟର ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର କାମ ପାଇଁ ସ୍ୱୀକୃତି ପାଇଛନ୍ତି । କେନ୍ଦ୍ର ସରକାର ସେମାନଙ୍କୁ ପଦ୍ମପୁରସ୍କାରର ସମ୍ମାନିତ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ପଦ୍ମ ବିଜେତା ସ୍ୱାଗତ କରିଛନ୍ତି ।

ସାଧାରଣତନ୍ତ୍ର ଦିବସ ପୂର୍ବରୁ କେନ୍ଦ୍ର ସରକାର ପଦ୍ମ ସମ୍ମାନ ଘୋଷଣା କରିଥାନ୍ତି ।
-୧୯୫୪ରୁ କେନ୍ଦ୍ର ସରକାର ଦେଇଆସୁଛନ୍ତି ପଦ୍ମ ସମ୍ମାନ
-୪ଟି କ୍ୟାଟେଗୋରୀ ଭାରତରତ୍ନ, ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ଦିଆଯାଇଥାଏ
-ପ୍ରତିବର୍ଷ ପଦ୍ମ ପୁରସ୍କାର କମିଟି ସୁପାରିଶ ଆଧାରରେ ଏହି ସମ୍ମାନ ଦିଆଯାଇଥାଏ
-କମିଟି ପ୍ରଧାନମନ୍ତ୍ରୀଙ୍କୁ ନାଁ ସୁପାରିଶ କରିଥାଏ ଓ ରାଷ୍ଟ୍ରପତି ମଞ୍ଜୁରୀ ଦେଇଥାନ୍ତି
-ପ୍ରତିବର୍ଷ ମାର୍ଚ୍ଚ-ଏପ୍ରିଲରେ ରାଷ୍ଟ୍ରପତି ଏହି ସମ୍ମାନ ଦେଇଥାନ୍ତି
ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ରାଜ୍ୟର ଅନେକ ମହାନ ବ୍ୟକ୍ତି ପ୍ରତିବର୍ଷ ଏହି ସମ୍ମାନ ପାଇଆସୁଛନ୍ତି ।

ଚଳିତ ବର୍ଷ ଶଦ୍ଦ ନୃତ୍ୟଶିଳ୍ପୀ, ଭାଗବତ ପ୍ରଧାନ, ଭଜନ ଗାୟକଗୋପୀନାଥ ସ୍ୱାଇଁ, ସଙ୍ଗୀତକାର ବିନୋଦ ପଶାୟତ ଓ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା ପଦ୍ମଶ୍ରୀ ପାଇଛନ୍ତି । ଏହା ସେମାନଙ୍କ ସାଧାନାକୁ ସ୍ୱୀକୃତି ଓ ସମ୍ମାନ ଦେଇଛି ।